ନୂଆଦିଲ୍ଲୀ: ଆଜି ରାଜପଥରେ କେବଳ ସେନାର ସାହାସ ନୁହେଁ ବରଂ କୂଟନୈତିକ ସଫଳତା ମଧ୍ୟ ଦେଖିବାକୁ ମିଳିଥିଲା । ରାଜପଥରେ ଆଜି ବାଂଲାଦେଶର ସେନାକୁ ଦେଖିବାକୁ ମିଳିଥିଲା । ଭାରତୀୟ ସେନା ସହ କଦମ୍ ରେ କଦମ୍ ଦେଇ ପରେଡ କରିଥିଲେ ବାଂଲାଦେଶ ଯବାନ । ଏହି ସେନା ରାଜପଥରେ ଭାରତର ରାଷ୍ଟ୍ରପତିଙ୍କୁ ସଲାମୀ ଦେଇଥିଲେ । ତେବେ ଏହାକ କାରଣ କ'ଣ ?
ଭାରତୀୟ ଯବାନଙ୍କ ସହ ବାଂଲାଦେଶ ସୈନିକଙ୍କ କଦମ୍ ତାଲ୍ - ବାଲାଂଦେଶ ସୈନିକଙ୍କ କଦମ୍ ତାଲ୍
ଆଜି ରାଜପଥରେ କେବଳ ସେନାର ସାହସ ନୁହେଁ ବରଂ କୂଟନୈତିକ ସଫଳତା ମଧ୍ୟ ଦେଖିବାକୁ ମିଳିଥିଲା । ରାଜପଥରେ ଆଜି ବାଂଲାଦେଶର ସେନାକୁ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...
1971ମସିହାରେ ଭାରତର ନେତୃତ୍ବରେ ପାକିସ୍ତାନର ଦୁଇ ଭାଗ ହୋଇଥିଲା । ଏହି ଭାରତୀୟ କୂଟନୀତିକୁ 50 ବର୍ଷ ପୁରିଛି । ଏହି କାରଣରୁ ରାଜପଥରେ ପରେଡ କରିଥିଲେ ବାଂଲାଦେଶର ସୈନିକ । ତେବେ ବାଂଲାଦେଶକୁ ମୁକ୍ତ କରିବାର ସଂକଳ୍ପ ନେଇଥିଲା ଭାରତ । ପୂର୍ବ ପାକିସ୍ତାନ ବା ଏବେର ବାଲାଂଦେଶରେ ପାକିସ୍ତାନୀ ସେନାର ନିର୍ଯ୍ୟାତନା ଶେଷ ସୀମାରେ ପହଞ୍ଚି ଯାଇଥିଲା । ଏହାପରେ ଭାରତର ସେନା ଏଥିରେ ହସ୍ତକ୍ଷେପ କରିଥିଲା । ଏହାପରେ ପାକିସ୍ତାନରୁ ମୁକ୍ତ ହୋଇଥିଲା ବାଂଲାଦେଶ ।
ଆଜି ବାଂଲାଦେଶର 122 ସୈନିକ ରାଜପଥରେ ଭାରତୀୟ ସେନା ସହ ପରେଡ କରିଥିଲେ । ଏଥିରେ ବାଲାଂଦେଶର ବାୟୁସେନା, ସ୍ଥଳସେନା, ନୌସେନା ସାମିଲ ହୋଇଥିଲେ । ପ୍ରକାଶ ଥାଉକି, ଭାରତୀୟ ସେନା ସହ ପୂର୍ବରୁ 2 ଦେଶ ପରେଡ କରିଛି । 2016ରେ ଫ୍ରାନ୍ସର 35ତମ ଇନଫେଟ୍ରୀ ରେଜିମେଣ୍ଟର ଯବାନ ସାମିଲ ହୋଇଥିଲେ । ଏହାସହ 2017ରେ ମଧ୍ୟ ସଂଯୁକ୍ତ ଆରବ ଏମିରେଟ୍ସର ଯବାନ ଭାରତୀୟ ଯବାନଙ୍କ ପରେଡ କରିଥିଲେ ।