ଓଡିଶା

odisha

By

Published : Feb 15, 2022, 4:09 PM IST

ETV Bharat / bharat

Russia Ukraine crisis: ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ଦୂତାବାସର ପରାମର୍ଶ

ଋଷ-ୟୁକ୍ରେନ ବଢୁଥିବା ବିବାଦ ଯୁଦ୍ଧର ରୂପ ନେବାର ଆଶଙ୍କାରେ ବଦଳିବା ପରେ ୟୁକ୍ରେନରେ ଥିବା ଭାରତୀୟଙ୍କ ସୁରକ୍ଷା ଚିନ୍ତା କଲା ଦୂତାବାସ । ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ପରାମର୍ଶ । ଅଧିକ ପଢନ୍ତୁ

Russia Ukraine crisis: ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ଦୂତାବାସର ପରାମର୍ଶ
Russia Ukraine crisis: ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ଦୂତାବାସର ପରାମର୍ଶ

ନୂଆଦିଲ୍ଲୀ:ବଢିବାରେ ଲାଗିଛି ଋଷ-ୟୁକ୍ରେନ ବିବାଦ । କୌଣସି ପରିସ୍ଥିତିରେ ଋଷ ୟୁକ୍ରେନ ଉପରେ ଆକ୍ରମଣ ପରି ସଙ୍କଟ ଦେଖାଦେଲାଣି । ଏପରି ସ୍ଥିତିରେ ୟୁକ୍ରେନରେ ଥିବା ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତାପ୍ରକଟ କରିଛି ଭାରତ । ୟୁକ୍ରେନରେ ଥିବା ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବା ପାଇଁ ପରାମର୍ଶ ଦେଇଛି ୟୁକ୍ରେନରେ ଅବସ୍ଥିତ ଭାରତୀୟ ଦୂତାବାସ । ନିହାତି ଆବଶ୍ୟକ ନଥିଲେ, ଉଚ୍ଚଶିକ୍ଷା ପାଇଁ ଯାଇଥିବା ଛାତ୍ରଗୋଷ୍ଠୀଙ୍କୁ ତୁରନ୍ତ ୟୁକ୍ରେନ ଛାଡିବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

ଆବଶ୍ୟକ ସ୍ଥଳେ ସେମାନଙ୍କ ଅବସ୍ଥିତି ସମ୍ପର୍କରେ ମଧ୍ୟ ଦୂତାବାସକୁ ସୂଚନା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଭାରତ ସମେତ ଅନ୍ୟ କିଛି ପାଶ୍ଚାତ୍ୟ ଦେଶମାନେ ମଧ୍ୟ ସେମାନଙ୍କ ନାଗରିକମାନଙ୍କୁ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ କହିଛନ୍ତି ।

ଗତ କିଛି ଦିନ ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଗୋଟିଏ ପଟେ ଆନ୍ତର୍ଜାତୀୟ ସ୍ତରରେ କୂଟନୈତିକ ଆଲୋଚନା ଜାରି ରହିଥିବା ବେଳେ କୌଣସି ସମାଧାନ ରାସ୍ତା ବାହାରି ପାରୁନାହିଁ । ଋଷ, ୟୁକ୍ରେନ ସୀମାରେ ସେନା ଓ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛି । ତେଣୁ କୌଣସି ପରିସ୍ଥିତିରେ ଋଷ ପକ୍ଷରୁ ଆକ୍ରମଣ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ବିବାଦ ନେଇ ଏକାଧିକ ଦେଶ ହସ୍ତକ୍ଷେପ କରିଥିବା ବେଳେ ଭାରତ ଏହି ପ୍ରସଙ୍ଗରେ କୌଣସି ସ୍ଥିର ଆଭିମୁଖ୍ୟ ପ୍ରକାଶ କରିନାହିଁ । ଗତ କିଛି ଦିନ ପୂର୍ବରୁ ଭାରତ ପକ୍ଷରୁ ଉଭୟ ପକ୍ଷକୁ ଉତ୍ତେଜନା ହ୍ରାସ କରିବା ସହ କଥାବାର୍ତ୍ତା ମାଧ୍ୟମରେ ସମାଧାନ ଆଡକୁ ବଢିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details