ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନାର ଦ୍ବିତୀୟ ଲହରୀ । କ୍ରମାଗତ ବଢିଚାଲିଛି ମୃତ୍ୟୁ ସଂଖ୍ୟା । ଏହାରି ମଧ୍ୟରେ ସ୍ବିଜରଲ୍ୟାଣ୍ଡର ଫାର୍ମା କମ୍ପାନୀ ରୋଶ୍(Roche) ପକ୍ଷରୁ ବିକଶିତ ଆଣ୍ଟିବଡି ଡ୍ରଗ କୋକଟେଲ କାସିରିୱିମ୍ବ ଓ ଇମଦେୱବମକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ସେଣ୍ଟ୍ରାଲଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଡ୍ରଗ୍ସ ଅଗ୍ରାନାଇଜେସନ(ସିଡିଏମସିଓ)
କୋଭିଡ ରୋଗୀଙ୍କୁ ଆଶ୍ବସ୍ତି ! Roche ଔଷଧକୁ ଭାରତରେ ମଞ୍ଜୁରୀ - କାସିରିୱିମ୍ବ
ସ୍ବିଜରଲ୍ୟାଣ୍ଡର ଫାର୍ମା କମ୍ପାନୀ ରୋଶ୍(Roche) ପକ୍ଷରୁ ବିକଶିତ ଆଣ୍ଟିବଡି ଡ୍ରଗ କୋକଟେଲ କାସିରିୱିମ୍ବ ଓ ଇମଦେୱବମକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ସେଣ୍ଟ୍ରାଲଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଡ୍ରଗ୍ସ ଅଗ୍ରାନାଇଜେସନ(ସିଡିଏମସିଓ) । ଅଧିକ ପଢନ୍ତୁ...
ରୋଶ ଏକ ବୟାନରେ କହିଛି ଯେ ଭାରତରେ ଭାରତରେ କାସିରିୱିମ୍ବ ଓ ଇମଦେୱବମକୁ ମଞ୍ଜୁରୀ ଆମେରିକା ଓ ୟୁରୋପରେ ଜୁରୁରୀକାଳୀନ ବ୍ୟବହାର ପାଇଁ ଦିଆଯାଇଥିବା ତଥ୍ୟ ଉପରେ ଆଧାରିତ । କମ୍ପାନୀ ପକ୍ଷରୁ ଜାରି ବୟାନ ଅନୁଯାୟୀ, ଆଣ୍ଟିବଡି କୋଟଟେଲକୁ ବୟସ୍କ ଏବଂ 12 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ମଧ୍ୟମ କୋରୋନା ରୋଗ କ୍ଷେତ୍ରରେ ବ୍ୟବହାର କରିହେବ ।
ଭାରତରେ କୋଭିଡ ସଂକ୍ରମଣର ସଂଖ୍ୟା ବଢିବା ସହିତ ରୋଶ୍ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ସ୍ୱାସ୍ଥ୍ୟ ସେବା ଉପରେ ଚାପ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ରୋଶ୍ ଫାର୍ମା ଇଣ୍ଡିଆର ଏମଡି ଭି ସିମ୍ପସନ ଇମାନୁଏଲ କହିଛନ୍ତି।