ନୂଆଦିଲ୍ଲୀ: ସୀମାରେ ଶାନ୍ତି ଫେରାଇ ଆଣିବାକୁ ପାଙ୍ଗୋଙ୍ଗ୍ ହ୍ରଦ ନିକଟ ଉଭୟ ଭାରତ ଓ ଚୀନ ଜାରି ରଖିଛନ୍ତ ସୈନ୍ୟ ପ୍ରତ୍ୟହାର ପ୍ରକ୍ରିୟା । ତେବେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାରର 48 ଘଣ୍ଟା ମଧ୍ୟରେ ଚୀନ ଓ ଭାରତ ଦଶମ ପର୍ଯ୍ୟାୟ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ କରିବେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ । ତେବେ ବୈଠକ ନେଇ କୌଣସି ତାରିଖ ସ୍ଥିର କରାଯାଇନାହିଁ ।
ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହେବାର 48 ଘଣ୍ଟା ମଧ୍ୟରେ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ କରିବାକୁ ଭାରତ ଏବଂ ଚୀନ ସହମତ ହୋଇଛନ୍ତି । WMCC ପାଇଁ ଏପର୍ଯ୍ୟନ୍ତ କୌଣସି ତାରିଖ ସ୍ଥିର କରାଯାଇ ନାହିଁ ।