ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଶେଷ ହୋଇଛି ସ୍ୱତନ୍ତ୍ର ରାଉଣ୍ଡ ମିଲିଟାରୀ ଆଲୋଚନା । ଚୁସୁ୍ଲ ଓ ମୋଲ୍ଡୋ ସୀମୀରେ ଏହି ଆଲୋଚନା ହୋଇଥିଲା । ଗତ ୪୫ ଦିନ ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ ଥିବା ବାୟୁସୀମା ନିକଟବର୍ତ୍ତୀ ଇଲାକାରେ ଚୀନର ଯୁଦ୍ଧ ବିମାନ ଉଡ଼ୁଥିବାର ଦେଖା ଦେଇଛି । ଏହି ଛଡ଼ା ପୂର୍ବ ଲଦ୍ଦାଖ୍ରେ ଅଞ୍ଚଳରେ ବାୟୁସୀମା ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି ।
ନିୟମ ମୁତାବକ LAC(Line of Actual Control)ର ୧୦ ମିଟର ପରିଧି ମଧ୍ୟରେ କୌଣସି ଦେଶର ଯୁଦ୍ଧ ବିମାନ ଉଡ଼ାଣ ଭରି ପାରିବ ନାହିଁ । ତେବେ ଚୀନ ପକ୍ଷରୁ ତାହା ବାରମ୍ବାର ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଛି ଭାରତୀୟ ସେନା । ଏହାକୁ ନେଇ ଦୁଇ ଦେଶର ସେନା ମଧ୍ୟରେ ସ୍ବତନ୍ତ୍ର ଆଲୋଚନା ହୋଇଛି ।