ନୂଆଦିଲ୍ଲୀ:ଚଳିତ ମାସ ୨୧ରେ (ସୋମବାର) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଭର୍ଚ୍ଚୁଆଲ ବୈଠକ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ କଥା ହେବେ । ତେବେ ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟକ ବ୍ୟବସାୟ ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟରେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ କଥାବାର୍ତ୍ତା ହେବେ ।
ସେହିପରି ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କକୁ ଗଭୀର କରିବା ସହ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଅଭବିବୃଦ୍ଧି ଲାଗି ସୁଯୋଗ ସୃଷ୍ଟି କରିବା ଆମର ମୁଖ୍ୟ ପ୍ରୟାସ ରହିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ କହିଛନ୍ତି । ଏଥିସହ ଦୁଇ ଦେଶ ମଧ୍ୟରେ ଥିବା ଆଞ୍ଚଳିକ ଏବଂ ବହୁଦେଶୀୟ ସମସ୍ୟା ବିଷୟରେ ମଧ୍ୟ କଥା ହେବୁ ବୋଲି ସେ କହିଛନ୍ତି । ଏହା ସହିତ ୟୁକ୍ରେନ ସଙ୍କଟ ନେଇ ମଧ୍ଯ କଥା ହେବେ ବୋଲି ମୋରିସନ କହିଛନ୍ତି ।