ଓଡିଶା

odisha

ETV Bharat / bharat

India & Australia Bilateral Summit: ଭାରତରେ ୧୫୦୦ କୋଟି ନିବେଶ କରିବ ଅଷ୍ଟ୍ରେଲିଆ

ଭାରତରେ ଅଷ୍ଟ୍ରେଲିଆ ନିବେଶ କରିବ ୧୫ଶହ କୋଟି ଟଙ୍କା । ଏପଟେ ଆଜି( ସୋମବାର) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ । ତେବେ ବୈଠକ ପୂର୍ବରୁ ଅଷ୍ଟ୍ରେଲିଆ ପକ୍ଷରୁ ଏହି ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

By

Published : Mar 20, 2022, 5:37 PM IST

Updated : Mar 21, 2022, 8:41 AM IST

India and Australia bilateral summit: ଭାରତରେ ଅଷ୍ଟ୍ରେଲିଆ ନିବେଶ କରିବ ୧୫ଶହ କୋଟି
India and Australia bilateral summit: ଭାରତରେ ଅଷ୍ଟ୍ରେଲିଆ ନିବେଶ କରିବ ୧୫ଶହ କୋଟି

ନୂଆଦିଲ୍ଲୀ: ଭାରତରେ ଅଷ୍ଟ୍ରେଲିଆ ନିବେଶ କରିବ ୧୫ଶହ କୋଟି ଟଙ୍କା । ଏପଟେ ଆଜି(ସୋମବାର) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ । ତେବେ ବୈଠକ ପୂର୍ବରୁ ଅଷ୍ଟ୍ରେଲିଆ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଆଜି(ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ଙ୍କ ମଧ୍ୟରେ ଏହି ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରିବେ । ଏହା ହେଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଦ୍ବିପାକ୍ଷିକ ବୈଠକ । ତେବେ ଏହା ଭର୍ଚ୍ଚୁଆଲ ମାଧ୍ୟମରେ ହେବାକୁ ଥିବା ବେଳେ ଦୁଇ ରାଷ୍ଟ୍ର ମୁଖ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ।

ସେହିପରି ଏହି ୧୫ଶହ କୋଟି ଭାରତର ଏକାଧିକ ସେକ୍ଟରରେ ନିବେଶ କରିବ ବୋଲି ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି । ମାତ୍ର ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଭାରତରେ କରାଯିବାକୁ ଥିବା ଏହି ନିବେଶ ପୂର୍ବରୁ କରାଯାଇଥିବା ନିବେଶ ଠାରୁ ବଡଧରଣ ବୋଲି କୁହାଯାଇଛି । ଏଥିସହ ଆସନ୍ତାକାଲି ହେବାକୁ ଥିବା ଏହି ବୈଠକରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜଟିଳ ଖଣିଜ ପଦାର୍ଥ ବାଣିଜ୍ୟକୁ କାରବାର ନେଇ ଏକ ଚୁକ୍ତିନାମା ସ୍ବାକ୍ଷରିତ ହେବ ।

ଅନ୍ୟପଟେ ଏହି ଚୁକ୍ତିନାମା ଦ୍ବାରା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଧାତବ କୋଇଲା ଏବଂ ଲିଥିୟମ୍‌ ବାଣିଜ୍ୟିକ କାରବାର ବୃଦ୍ଧି ପାଇବ । ଏଥିସହ ଚଳିତ ମାସ ଶେଷ ଆଡକୁ ଭାରତ-ଅଷ୍ଟ୍ରେଲିଆ ବାଣିଜ୍ୟ ଚୁକ୍ତି କରିବା ନେଇ ସୂଚନା ମିଳିଛି । ଏହା ସହିତ ୟୁକ୍ରେନ ଯୁଦ୍ଧ ନେଇ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ମିଆଁମାର ଉପରେ ଏହାର ପ୍ରଭାବ ସମ୍ପର୍କରେ ମଧ୍ୟ ଆଲୋଚନ କରିବୁ ବୋଲି ପୂର୍ବରୁ ମୋରିସନ କହିଥିଲେ ।

@ANI

Last Updated : Mar 21, 2022, 8:41 AM IST

ABOUT THE AUTHOR

...view details