ଥିରୁଅନନ୍ତପୁରମ:ପଡୋଶୀ ଶ୍ରୀଲଙ୍କାରେ ଦେଖାଯାଇଥିବା ଉତ୍କଟ ଆର୍ଥିକ ସଙ୍କଟ ଓ ଗୃହଯୁଦ୍ଧ ପରିସ୍ଥିତି ପଡୋଶୀ ଭାରତ ପାଇଁ ଏବେ ଚିନ୍ତା ବଢାଇଛି । ଶ୍ରୀଲଙ୍କାର ଏକମାତ୍ର ଭୌଗଳିକ ନିକଟତମ ପଡୋଶୀ ଭାରତରେ ଶରଣାର୍ଥୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଯଥେଷ୍ଟ ରହିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।
କେରଳ ଗସ୍ତରେ ଥିବା ଜୟଶଙ୍କର କହିଛନ୍ତି, ପଡୋଶୀ ଶ୍ରୀଲଙ୍କାରେ ଲାଗି ରହିଥିବା ସ୍ଥିତି ଉପରେ ଭାରତ କଡା ନଜର ରଖିଛି । ଆର୍ଥିକ ସଙ୍କଟର ପ୍ରଥମ ଦିନରୁ ହିଁ ଭାରତ ସହଯୋଗୀ ଭାବେ ଶ୍ରୀଲଙ୍କା ସହିତ ରହି ଆସିଛି । ତେବେ ଶରଣାର୍ଥୀ ସମସ୍ୟା ନେଇ ଭାରତକୁ କୌଣସି ସମସ୍ୟା ନାହିଁ । ଏପରିକି ସେଠାରେ ନାଗରିକମାନେ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶରଣାର୍ଥୀ ସମସ୍ୟା ପରି ସ୍ଥିତି ଶ୍ରୀଲଙ୍କାରେ ମଧ୍ୟ ସୃଷ୍ଟି ହୋଇ ନଥିବା କହିଛନ୍ତି ଜୟଶଙ୍କର ।