ଓଡିଶା

odisha

By ETV Bharat Odisha Team

Published : Dec 19, 2023, 4:06 PM IST

ETV Bharat / bharat

ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟ ବୈଠକ ଆରମ୍ଭ ,ତମାମ ବିରୋଧୀ ନେତା ଉପସ୍ଥିତ

India alliance meeting start in Delhi: ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟ ବୈଠକ ଆରମ୍ଭ । ଏହାପୂର୍ବରୁ 5 ଜଣିଆ ଜାତୀୟ ଆଲିଆନ୍ସ କମିଟି ଗଠନ କଲା କଂଗ୍ରେସ । ଅଛନ୍ତି ଗେହେଲଟ, ବଘେଲ ଓ ଖୁର୍ସିଦ । ଅଧିକ ପଢନ୍ତୁ

ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟ ବୈଠକ ଆରମ୍ଭ ,ତମାମ ବିରୋଧୀ ନେତା ଉପସ୍ଥିତ
ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟ ବୈଠକ ଆରମ୍ଭ ,ତମାମ ବିରୋଧୀ ନେତା ଉପସ୍ଥିତ

ନୂଆଦିଲ୍ଲୀ:ଦିଲ୍ଲୀରେ ଆଜି ବିରୋଧୀ ‘ଇଣ୍ଡିଆ’ ମେଣ୍ଟର 4ର୍ଥ ବୈଠକ ଆରମ୍ଭ ହୋଇଛି । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ନୀତିଶ କୁମାର, ଏମ.କେ ଷ୍ଟାଲିନ, ଅରବିନ୍ଦ କେଜ୍ରିଓ୍ବାଲ, ଶରଦ ପାଓ୍ବାର ପ୍ରମୁଖ ବୈଠକରେ ସାମିଲ ହୋଇଛନ୍ତି । ଅପରାହ୍ନରେ ଏହି ବୈଠକ ଆରମ୍ଭ ହୋଇଥିବା ବେଳେ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ମେଣ୍ଟ ବୈଠକ ଆରମ୍ଭ ହେବା ପୂର୍ବରୁ 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏକ 5 ଜଣିଆ ଜାତୀୟ ମେଣ୍ଟ କମିଟି ଗଠନ କରିଛି । ଏଥିରେ 5 ବରିଷ୍ଠ ନେତା ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ଦଳର ବରିଷ୍ଠ ନେତା ମୁକୁଲ ଓ୍ବାସନିକ କମିଟିର ଅଧ୍ୟକ୍ଷତା କରୁଥିବା ବେଳେ ରାଜସ୍ଥାନର ପୁର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ବରିଷ୍ଠ ନେତା ସଲମାନ ଖୁର୍ସିଦ ଓ ମୋହନ ପ୍ରକାଶ ସଦସ୍ୟ ଭାବେ ରହିଛନ୍ତି । ଏହି କମିଟି ଇଣ୍ଡିଆ ମେଣ୍ଟ ସହ ଦଳର ରଣନୀତି ପ୍ରସ୍ତୁତ କରିବ । ଆଜି କଂଗ୍ରେସ ଏକ ପ୍ରେସ ରିଲିଜ ଜାରି କରି ଏହି 5 ଜଣିଆ ନେତାଙ୍କ ଟିମ ଘୋଷମା କରିଛି ।

ଆଜି ବିରୋଧୀଙ୍କ ମେଣ୍ଟ ବୈଠକ ତମାମ ବିରୋଧୀ ନେତା ଉପସ୍ଥିତ ଅଛନ୍ତି । ତେବେ ଆଜି ମେଣ୍ଟର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏହାର ମାତ୍ର କିଛି ଘଣ୍ଟା ପୂର୍ବରୁ ମେଣ୍ଟର ସବୁଠୁ ବଡ ଦଳ କଂଗ୍ରେସ ମେଣ୍ଟ କମିଟି ଗଠନ କରିଛି । ଆଜି ମେଣ୍ଟ ବୈଠକରେ ମିଳିତ ରଣନୀତି ନେଇ କଣ ନଷ୍ପତ୍ତି ଗ୍ରହଣ କରାଯାଉଛି । ଆଉ କେଉଁ ନୂଆ କମିଟି ଗଠନ କରାଯାଉଛି । ସଂଯୋଜକ ବା ମେଣ୍ଟ ମୁଖ୍ୟ ଆବାହକ ପଦବୀରେ ମୋହର ଲାଗୁଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହା ବ୍ୟତୀତ ନିର୍ବାଚନ ଅଧିକ ଦିନ ନଥିବା ବେଳେ ସିଟ୍‌ ସେୟାରିଂ ପାଇଁ ସହଯୋଗୀ ଦଳମାନେ କଣ ନିଷ୍କର୍ଷ ବାହାର କରୁଛନ୍ତି ତାହା ମଧ୍ୟ ଚର୍ଚ୍ଚାରେ ରହିଛି ।

ଏହା ମଧ୍ୟ ପଢନ୍ତୁ :- ଟିଏମସି ସାଂସଦଙ୍କ ମିମିକ୍ରି, ଭିଡିଓ ସୁ୍ଟ୍ କଲେ ରାହୁଲ ଗାନ୍ଧି: ଧନକଡ଼ କହିଲେ ଦୁର୍ଭାଗ୍ୟଜନକ

ହେଲେ ଏହାରି ମଧ୍ୟରେ ନିକଟରେ 3 ରାଜ୍ୟରେ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା କଂଗ୍ରେସ ପାଇଁ ମେଣ୍ଟରେ ନେତୃତ୍ବ ବଜାୟ ରଖିବା କଷ୍ଟକର ହୋଇପାରେ । କାରଣ ଏକାଧିକ ଦଳ କଂଗ୍ରେସ ଉପରେ ଅସନ୍ତୁଷ୍ଟ ମଧ୍ୟ ଅଛନ୍ତି । କଂଗ୍ରେସର ବିଧାନସଭା ରଣନୀତି ପାଇଁ ସେମାନେ ଦଳକୁ ସମାଲୋଚନା କରିଛନ୍ତି । ଏପରିକି ମମତାଙ୍କ ତୃଣମୂଳ କଂଗ୍ରେସ ଓ ନୀତିଶଙ୍କ ଜେଡିୟୁ ମେଣ୍ଟର ନେତୃତ୍ବ କଂଗ୍ରେସ ହାତରେ ଜାରି ରହୁ ବୋଲି ଚାହୁଁନଥିବା ମଧ୍ୟ ଚର୍ଚ୍ଚା ହେଉଛି । ତାହା ମଧ୍ୟ ଆଜି ବୈଠକରେ ଉଠିପାରେ । ତିନି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ମେଣ୍ଟ ବୈଠକ ଡାକିଥିଲେ ସୁଦ୍ଧା ଏକାଧିକ ବିରୋଧୀ ଏଥିରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଏହାପରେ ଆଜି ମେଣ୍ଟ ବୈଠକ ବସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details