ଓଡିଶା

odisha

ETV Bharat / bharat

ସିଟ ସେୟାରିଂ ଫର୍ମୁଲା; କାଲି ଅନଲାଇନରେ ଇଣ୍ଡିଆ ମେଣ୍ଟର ମାନସ ମନ୍ଥନ - ସିଟ ସେୟାରିଂ ଫର୍ମୁଲା

INDIA Alliance seat sharing hurdles: ଆସନ୍ତାକାଲି (ଶନିବାର) ସିଟ ସେୟାରିଂକୁ ନେଇ ଇଣ୍ଡିଆ ମେଣ୍ଟର ମାନସ ମନ୍ଥନ । ଅନଲାଇନ ବୈଠକରେ ସମସ୍ୟାର ସମାଧାନ କରିବାକୁ କଂଗ୍ରେସର ଅପିଲ । ଅଧିକ ପଢନ୍ତୁ

INDIA Alliance
INDIA Alliance

By ETV Bharat Odisha Team

Published : Jan 12, 2024, 10:01 PM IST

ନୂଆଦିଲ୍ଲୀ:ସିଟ୍‌ ସେୟାରିଂକୁ ନେଇ ବିରୋଧୀ ଇଣ୍ଡିଆ ମେଣ୍ଟରେ ସବୁ କିଛି ଠିକ ନାହିଁ ବୋଲି ଚର୍ଚ୍ଚା ହୋଇଆସୁଛି । ଏହାରି ମଧ୍ୟରେ ଆସନ୍ତାକାଲି (ଜାନୁଆରୀ 13 ) ଇଣ୍ଡିଆ ମେଣ୍ଟର ଅନଲାଇନ ମାଧ୍ୟମରେ ବୈଠକ ହେବାକୁ ଯାଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ସିଟ୍‌ ସେୟାରିଂ ପ୍ରସଙ୍ଗରେ ଆଲୋଚନା । ବିଶେଷ କରି ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ ଓ ଦିଲ୍ଲୀରେ ସିଟ୍ ସେୟାରିଂ ନେଇ ସମସ୍ୟାର ସମାଧାନ କରି ଭବିଷ୍ୟତ ଯୋଜନା କରିବା ପାଇଁ ମେଣ୍ଟର ସଦସ୍ୟମାନଙ୍କୁ କଂଗ୍ରେସ ଅପିଲ କରିଛି ।

ଏନେଇ ଏଆଇସିସିର ଜଣେ ବରିଷ୍ଠ ନେତା ବୈଠକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି,"ଜାନୁଆରୀ 13 ତାରିଖରେ ଇଣ୍ଡିଆ ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହେବ । ଅନଲାଇନ ମାଧ୍ୟମରେ 14 ଦଳର ନେତାମାନେ ଯୋଗ ଦେବେ । ଏକାଧିକ ସମସ୍ୟା ଓ ଭବିଷ୍ୟତର ରୋଡମ୍ୟାପ ପ୍ରସ୍ତୁତ କରାଯିବ ।" କଂଗ୍ରେସର 5 ଜଣିଆ କମିଟି ଏକାଧିକ ଆଞ୍ଚଳିକ ରାଜନୈତିକ ଦଳ ସମାଜବାଦୀ ପାର୍ଟି(SP), ରାଷ୍ଟ୍ରୀୟ ଲୋକ ଦଳ (RLD), ଆମ ଆଦମୀ ପାର୍ଟି, ଶିବ ସେନା ଉଦ୍ଧବ ଗୋଷ୍ଠୀ, ଏନସିପି ସହିତ ସିଟ୍‌ ସେୟାରିଂ ନେଇ ଆଲୋଚନା କରିଛି। ଆଗାମୀ ଦିନରେ ଟିଏମସି, ବାମପନ୍ଥୀ ଦଳ, ଜନତା ଦଳ ୟୁନାଇଟେଡ (ଜେଡିୟୁ) ଓ ରାଷ୍ଟ୍ରୀୟ ଜନତା ଦଳ ସହିତ ମଧ୍ୟ ଏ ନେଇ ଆଲୋଚନା କରିବ ।

ଏହା ବି ପଢନ୍ତୁ- ଇଣ୍ଡିଆ ମେଣ୍ଟରେ ସିଟ ଶେୟାରିଂ ଫର୍ମୁଲା, ଜାନୁଆରୀରେ ବୈଠକ ଡାକିଲା କଂଗ୍ରେସ

ମହାରାଷ୍ଟ୍ର ସହିତ ଏ ନେଇ ବୁଝାମଣା ହୋଇଥିବା ବେଳେ ଏଯାବତ ଉତ୍ତରପ୍ରଦେଶ, ପଞ୍ଜାବ ଓ ଦିଲ୍ଲୀରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସେପଟେ ପଶ୍ଚିମବଙ୍ଗରେ ଟିଏମସି ଓ କଂଗ୍ରେସ ମଧ୍ୟରେ ସିଟ୍‌ ସେୟାରିଂ ଚିନ୍ତାର କାରଣ ପାଲଟିଛି । ବିରୋଧୀ ମେଣ୍ଟରେ ଯୋଗ ଦେବା ଲାଗି ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ରାଜି କରାଇବା ଲାଗି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଦାୟିତ୍ବ ଦିଆଯାଇଥିଲା । ଯଦି ବିଏସପି ମେଣ୍ଟରେ ସାମିଲ ହୁଏ ତେବେ ଦଳକୁ 30ଟି ସଂସଦୀୟ କ୍ଷେତ୍ର ଦେବା ଲାଗି କୁହାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏପରି କରାୟାଇନଥିଲା । କାରଣ ବିଏସପି ମେଣ୍ଟରୁ ଆଉଟ୍‌ ରହିଲେ SPକୁ 50ଟି ସିଟ୍, କଂଗ୍ରେସକୁ 20 ଏବଂ ଆଏଲଡି 5ଟି ସିଟ୍ ମିଳିବ । ତେବେ ୟୁପି ସିଟ ସେୟାରିଂକୁ ନେଇ ଆସନ୍ତା 15 କତାରିଖରେ ବୈଠକ ବସିବ ।

ଏହା ବି ପଢନ୍ତୁ-17ରେ ଇଣ୍ଡିଆ ମେଣ୍ଟ ବୈଠକ: ମୁଖ୍ୟ ଏଜେଣ୍ଡା ସିଟ୍ ସେୟାରିଂ !

ଏପଟେ ପଶ୍ଚିମବଙ୍ଗ ସିଟ୍‌ ସେୟାରିଂକୁ ନେଇ ମଧ୍ୟ ଚିନ୍ତା ବଢିଛି । ଟିଏମସି 42ଟି ସଂସଦୀୟ ଆସନ ମଧ୍ୟରୁ ମାତ୍ର 2ଟି କଂଗ୍ରେସକୁ ଦେବାକୁ ରାଜି ହୋଇଛି । ହେଲେ କେନ୍ଦ୍ରରେ ୟୁପିଏ ସରକାର ସମୟରେ କଂଗ୍ରେସ ରାଜ୍ୟରେ 6ଟି ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇଥିଲା । ହେଲେ ପଶ୍ଚିମବଙ୍ଗ କଂଗ୍ରେସ ଅଧିକ ଆସନ ଦାବି କରୁଥିବା ବେଳେ ଏନେଇ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପଶ୍ଚିବଙ୍ଗରେ ଏଆଇସିସି ସେକ୍ରେଟାରୀ ଇନଚାର୍ଜ ବିପି ସିଂ କହିଛନ୍ତି । ସିଟ ସେୟାରିଂକୁ ନେଇ ଆପ୍‌ ମଧ୍ୟ ଅସନ୍ତୁଷ୍ଟ ରହିଛି । ଆପ୍‌ ଦିଲ୍ଲୀ ଓ ପଞ୍ଜାବ ବାଦ 3ଟି ରାଜ୍ୟରେ ଆସନ ପାଇଁ ଦାବି କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details