ଓଡିଶା

odisha

Opposition Meet: ୧୩ଜଣିଆ ସମନ୍ବୟ କମିଟି ଗଠନ କଲା 'ଇଣ୍ଡିଆ', ଶରଦ ପାୱାର-ଷ୍ଟାଲିନ ସାମିଲ

By ETV Bharat Odisha Team

Published : Sep 1, 2023, 4:01 PM IST

୧୩ ଜଣିଆ ସମନ୍ବୟ କମିଟି ଗଠନ ହେଲା ବିରୋଧୀ ମେଣ୍ଟ 'ଇଣ୍ଡିଆ' । ଏଥିରେ ସଦସ୍ୟ ଥିବା ନେତା ନେବେ ମେଣ୍ଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ମୁମ୍ବାଇ: ବିରୋଧୀ ମହାମେଣ୍ଟ ଶୁକ୍ରବାର ୧୩ ଜଣିଆ କୋର୍ଡିନେସନ ବା ସମନ୍ବୟ କମିଟି ଗଠନ କରିଛନ୍ତି । 'ଇଣ୍ଡିଆ'ର ୩ୟ ବୈଠକ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଆୟୋଜିତ ହୋଇଥିବା ବେଳେ ଆଜି ଏହାର ୨ୟ ଦିନ । ଏହି ବୈଠକରେ ବିରୋଧୀ ମହାମେଣ୍ଟ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ଏହି ପ୍ୟାନେଲରେ NCP ସୁପ୍ରିମୋ ଶରଦ ପାୱାର ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ସାମିଲ ହୋଇଛନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ୧୩ ଜଣିଆ ସମନ୍ବୟ କମିଟି ମଧ୍ୟରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ଏନସିପି ସୁପ୍ରିମୋ ଶରଦ ପାୱାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା DMK ସଭାପତି ଏମ.କେ ଷ୍ଟାଲିନ, ବିହାର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ଓ ତୃଣମୂଳ କଂଗ୍ରେସ (TMC) ନେତା ଅଭିଷେକ ବାନାର୍ଜୀ ସଦସ୍ୟ ରହିଛନ୍ତି ।

ଏହା ବି ପଢନ୍ତୁ- Opposition Meet: ଆଦାନୀ ପ୍ରସଙ୍ଗ ଉଠାଇଲେ ରାହୁଲ, ପଚାରିଲେ ପ୍ରଧାନମନ୍ତ୍ରୀ କାହିଁକି ନୀରବ ?

ଏହି କମିଟିରେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା JMM ନେତା ହେମନ୍ତ ସୋରେନ, ଶିବ ସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାୱତ, ଆମ ଆଦମୀ ପାର୍ଟି ନେତା ରାଘବ ଚଢା, ସିପିଆଇ ନେତା ଡି ରାଜା, ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଲା, ପିଡିପି ନେତା ତଥା ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ।

ବିରୋଧୀ ମହାମେଣ୍ଟର ଏହି ୧୩ ଜଣିଆ କମିଟି ମେଣ୍ଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ । ସୂଚନା ଥାଉ କି ବିରୋଧୀ ମହାମେଣ୍ଟର ପ୍ରଥମ ବୈଠକ ବିହାର ରାଜଧାନୀ ପାଟନା, ଦ୍ବିତୀୟ ବୈଠକ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ଅନୁଷ୍ଠିତ ହୋଇଥିଲା । ତେବେ ଗତକାଲି (ଅଗଷ୍ଟ ୩୧)ଠାରୁ ଆରମ୍ଭ ହୋଇଥିବା ୩ୟ ବୈଠକ ଏନସିପି ମୁଖ୍ୟ ଶରଦ ପାୱାର ଓ ଶିବସେନା ଉଦ୍ଧବ ଗୋଷ୍ଠୀଙ୍କ ଅଧ୍ୟକ୍ଷତାରେ ମୁମ୍ବାଇରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୨୮ଟି ବିଜେପି-ବିରୋଧୀ ଦଳ ସାମିଲ ହୋଇଛନ୍ତି । ଏହି ବୈଠକରେ ମେଣ୍ଟର ଲୋଗୋ କଣ ରହିବ ତାହା ମଧ୍ୟ ଉନ୍ମୋଚିତ ହେବ ବୋଲି ଚର୍ଚ୍ଚା ହେଉଛି ।

ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ମୁମ୍ବାଇ ସୁବରବନ ଭକୋଲା ସ୍ଥିତ ହୋଟେଲ ଗ୍ରାଣ୍ଡ ହାୟତରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ସାମିଲ ହୋଇଛନ୍ତି । ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇ କହିଛନ୍ତି, " ଆମର ୨ଟି ବୈଠକ ସଫଳ ହୋଇଛି । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଭିଭାଷଣରେ ନା ଯେ କେବଳ 'ଇଣ୍ଡିଆ'କୁ ଆକ୍ରମଣ କରିଥିଲେ, ବରଂ ଆମ ଦେଶ ଭାରତର ନାମକୁ ଆତଙ୍କବାଦୀ ସଂଗଠନ ଓ ଗୁଲାମିର ପ୍ରତୀକ ବୋଲି କହିଥିଲେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details