ନୂଆଦିଲ୍ଲୀ: ଟୀକାକରଣ ଅଭିଯାନରେ ଆଉ ପାଦେ ବଢିଲା ଭାରତ । ବର୍ତ୍ତମାନ ଦେଶର ଜନସଂଖ୍ୟାର 78% ନାଗରିକ କୋଭିଡ ଟୀକା ଗ୍ରହଣ କରିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ଏହି ସଂଖ୍ୟା ମଧ୍ୟରେ 38% ଜମସଂଖ୍ୟା ଉଭୟ ଡୋଜ ଗ୍ରହଣ କରି ସାରିଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।
ଟ୍ବିଟରରେ ମନ୍ତ୍ରୀ କହିଛନ୍ତି, କୋଭିଡ ବିରୋଧୀ ଲଢେଇରେ ଏକ ଅସାଧାରଣ ରାଷ୍ଟ୍ରର ଏହା ଏକ ଅସାଧାରଣ ପଦକ୍ଷେପ । ଜନସଂଖ୍ୟାର 78 ପ୍ରତିଶତ ନାଗରିକଙ୍କୁ ଟୀକାକରଣ ଅଭିଯାନରେ ସାମିଲ କରିବା ଭାରତର ଆଉ ଏକ ବଡ ସଫଳତା । ଏଥିପାଇଁ ଟୀକାକରଣ ଅଭିଯାନରେ ସାମିଲ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି ଅଭିଯାନ ଆଗକୁ ଆହୁରି ତ୍ବରିତ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡବ୍ୟ ।