ଓଡିଶା

odisha

‘ଅନ୍ତର୍ଜାତୀୟ ବଜାର ପାଇଁ ବଢୁଛି ତେଲଦର, ଖୁବଶୀଘ୍ର ନିୟନ୍ତ୍ରଣକୁ ଆସିବ’

ସାରା ଦେଶରେ ତୈଳଦର ଅହେତୁକ ଭାବେ ବଢି ଚାଲିଥିବାବେଳେ ଅନ୍ତର୍ଜାତୀୟ ବଜାରକୁ ଦାୟୀ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ । ଅଧିକ ପଢନ୍ତୁ ....

By

Published : Feb 23, 2021, 4:53 PM IST

Published : Feb 23, 2021, 4:53 PM IST

Updated : Feb 23, 2021, 6:11 PM IST

‘ ଆନ୍ତର୍ଜାତୀୟ ବଜାର ପାଇଁ ବଢୁଛି ତେଲଦର, ଖୁବଶୀଘ୍ର ନିୟନ୍ତ୍ରଣକୁ ଆସିବ’
‘ ଆନ୍ତର୍ଜାତୀୟ ବଜାର ପାଇଁ ବଢୁଛି ତେଲଦର, ଖୁବଶୀଘ୍ର ନିୟନ୍ତ୍ରଣକୁ ଆସିବ’

ନୂଆଦିଲ୍ଲୀ: ସାରା ଦେଶରେ ତୈଳଦର ଅହେତୁକ ଭାବେ ବଢି ଚାଲିଥିବାବେଳେ ଏହାକୁ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ଏହାରି ମଧ୍ୟରେ ତେଲ ଦର ବୃଦ୍ଧିକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଢୁଥିବା ତେଲଦର ବାବଦରେ ଧର୍ମେନ୍ଦ୍ର କହିଛନ୍ତି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେତୁ ଗ୍ରାହକ ମୂଲ୍ୟ (ପେଟ୍ରୋଲ ଏବଂ ଡିଜେଲ ପାଇଁ) ବୃଦ୍ଧି ପାଇଛି। ତେଣୁ ଏହା ଅନ୍ତର୍ଜାତୀୟ ବଜାର ପ୍ରଭାବରେ ଦେଶରେ ତେଲ ଦର ବଢୁଛି । ଅନ୍ତର୍ଜାତୀୟ ବଜାରରେ ଦର ନିୟନ୍ତ୍ରଣକୁ ଆସିବା ପରେ ଦେଶରେ ମଧ୍ୟ ଏହି ଦର ନିୟନ୍ତ୍ରଣକୁ ଆସିବ ।

ଆହୁରି ମଧ୍ୟ ସେ କହିଛନ୍ତି କୋଭିଡ କାରଣରୁ ବିଶ୍ବ ଯୋଗାଣ ହ୍ରାସ ପାଇ ଅଶୋଧିତ ତୈଳ ଉତ୍ପାଦନକୁ ପ୍ରଭାବିତ କରିଛି । ଏହା ମଧ୍ୟ ତୈଳ ଦର ବଢିବାର ଅନ୍ୟତମ କାରଣ ବୋଲି କହଛନ୍ତି ଧର୍ମେନ୍ଦ୍ର । ସେହିପରି କିଛିଦିନର ବ୍ୟବଧାନ ପରେ ଏହି ଦର ସ୍ବାଭାବିକ ଭାବେ ନିୟନ୍ତ୍ରଣ ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ସରକାର କ୍ରମାଗତ ଭାବରେ ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିସରଭୁକ୍ତ କରିବା ପାଇଁ ଜିଏସଟି ପରିଷଦକୁ ଅନୁରୋଧ କରିଆସୁଛନ୍ତି । କିନ୍ତୁ ଏହାକୁ ଜିଏସଟି ପରସରଭୁକ୍ତ କରାଯିବ କି ନାହିଁ ତାହା ଜିଏସଟି ପରିଷଦର ନିର୍ଣ୍ଣୟ ଉପରେ ନିର୍ଭର କରେ ବୋଲି କହଛନ୍ତି ଧର୍ମେନ୍ଦ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2021, 6:11 PM IST

ABOUT THE AUTHOR

...view details