ନୂଆଦିଲ୍ଲୀ: ମଧ୍ୟବିତ୍ତ ଓ ଚାକିରିଆଙ୍କ ପାଇଁ ବଡ ଘୋଷଣା । ଆୟକର ଛାଡ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଏଣିକି ବାର୍ଷିକ ୭ ଲକ୍ଷ ଆୟ କରୁଥିବା ଲୋକଙ୍କୁ ଆୟକର ଦେବାକୁ ପଡିବନି । ପୂର୍ବରୁ ଏହି ଟିକସ ସ୍ଲାବ ସୀମା ୫ ଲକ୍ଷ ଟଙ୍କା ଥିଲା । ବଜେଟରେ ଟିକସ ରିହାତି ନେଇ ସମସ୍ତେ ଆଶା ରଖିଥିବା ବେଳେ ଅର୍ଥମନ୍ତ୍ରୀ ମଧ୍ୟବିତ୍ତଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଏହାସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସ୍ଲାବରେ ପରିବର୍ତ୍ତନ ଘୋଷଣା କରିଛନ୍ତି ।
ନୂଆ ଆୟକର ସ୍ଲାବ ପ୍ଲାନ ଅନୁୟାୟୀ, ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଆଦୌ ଟିକସ ଦେବାକୁ ପଡିବନି । ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଆୟ କର ଲାଗୁ ହେବ । ସେହିପରି ୬ ରୁ ୯ ଲକ୍ଷ ବାର୍ଷିକ ଆୟ ପାଇଁ ୧୦ ପ୍ରତିଶତ ଆୟକର ଲାଗିବ । ୯ରୁ ୧୨ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ, ୧୨ ଲକ୍ଷରୁ ୧୫ ଲକ୍ଷ ଆୟ ପାଇଁ ୨୦ ପ୍ରତିଶତ ଆୟକର ଓ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଲାଗିବ । ପୂର୍ବରୁ ଆୟକର ଛାଡ ସୀମା ୨.୫୦ ଲକ୍ଷ ରହିଥିଲା ।