ଥିରୁଅନନ୍ତପୁରମ: ଚାକରାଣୀଙ୍କୁ ଚୁମ୍ବନ ଦେଇ ଗିରଫ ହେଲେ ଆୟକର ବିଭାଗ ଅଧିକାରୀ(Income tax officer arrested for trying to kiss a office maid ) । ନୁଙ୍ଗମ୍ବବକ୍କମରେ ଥିବା ଆୟକର କାର୍ଯ୍ୟାଳୟରେ ଚାକାରାଣୀ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ଦେବାରୁ ବରିଷ୍ଠ ଅଧିକାରୀ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଧିକାରୀ ଜଣଙ୍କ ହେଉଛନ୍ତି ଆନ୍ନା ନାଗରର ରକ୍ସ ଗାବ୍ରିଏଲ୍ ଫ୍ରାଙ୍କଟନ୍ । ଗତ 12 ବର୍ଷ ଧରି ଏହି କାର୍ଯ୍ୟାଳୟରେ ଜଣେ ବରିଷ୍ଠ ଆୟକର ଅଧିକାରୀ ଭାବରେ କାର୍ଯ୍ୟ କରିଆସୁଥିଲେ ।
ଚେନ୍ନାଇର ନୁଙ୍ଗମ୍ବବକ୍କମ ଆୟକର କାର୍ଯ୍ୟାଳୟରେ ଜଣେ ମହିଳା ସ୍ବାମୀଙ୍କୁ ହରାଇବା ପରେ ଚାକରାଣୀ ରୂପେ ଗତ ୫ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି । ବରିଷ୍ଠ ଅଧିକାରୀ ଜଣଙ୍କ ତାଙ୍କୁ ଏପରି ବ୍ୟବହାର କରିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ଅଧିକାରୀ ଜଣଙ୍କ ପ୍ରଥମେ ତାଙ୍କୁ ଘର ସଫା କରିବାକୁ କହିଥିଲେ । ଏହା ପରେ ସଫା କରୁଥିବା ସମୟରେ ସେ ହଠାତ ତାଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ଦେଇଥିଲେ । ଏନେଇ ମହିଳା ଜଣଙ୍କ କର୍ତ୍ତୃପକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ କେହିବି ଏହି କଥାକୁ ବୃକ୍ଷେପ କରିନଥିଲେ । ଆୟକର ଅଧିକାରୀ ଜଣଙ୍କ ଅନେକ ସମୟରେ ମହିଳା ଜଣଙ୍କୁ ଫୋନ କରି ହଇରାଣ କରୁଥିବା ମଧ୍ୟ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।