ମୁମ୍ବାଇ:ଫୁଲ ଆକ୍ସନ ମୁଡକୁ ଆସିଛି ମହାରାଷ୍ଟ୍ର କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାଳୟ । ଗତକାଲି ରାତିରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହେବା ପରେ ଆଜି(ମଙ୍ଗଳବାର) ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ ଆକ୍ସନ ନେଇଛି । ଆୟକର ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ସମ୍ପତ୍ତି ସିଜ୍ କରିବାକୁ ନିର୍ଦ୍ଦେଶ ହୋଇଛି । ସିଜ୍ ହେବାକୁ ଥିବା ଏହି ସମ୍ପତ୍ତିର ଆନୁମାନିକ ମୂଲ୍ୟ ହଜାରେ କୋଟିରୁ ଅଧିକ ହୋବ ବୋଲି ଜଣାପଡିଛି ।
ଅଜିତ ପାୱାରଙ୍କ ସିଜ ହେବାକୁ ଥିବା ୫ ସମ୍ପତ୍ତି ହେଉଛି- ପ୍ରାୟ ୬ଶହ କୋଟିର ଜରନ୍ଦେଶ୍ବର ସୁଗର ଫ୍ୟାକ୍ଟ୍ରି, ସାଉଥ ଦିଲ୍ଲୀସ୍ଥିତ ୨୦ କୋଟି ଟଙ୍କାର ଫ୍ଲାଟ, ୨୫ କୋଟି ଟଙ୍କା ମୂଲ୍ୟର ନିର୍ମଳ ଅଫିସ, ଗୋଆରେ ଥିବା ପ୍ରାୟ ୨୫୦ କୋଟି ମୂଲର ରିସର୍ଟ ‘ନିଲୟ’ ଓ ମହାରାଷ୍ଟ୍ରର ୨୭ଟି ଅଲଗା ଅଲଗା ଜାଗାରେ ଥିବା ପ୍ରାୟ ୫ଶହ କୋଟି ମୂଲ୍ୟର ଜାଗା ରହିଛି ।