ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ପାଇଁ ଭାରତବର୍ଷ ଏକ ବୈଶ୍ବିକ ମଡେଲ ହେବାକୁ ଯାଉଛି : ଧର୍ମେନ୍ଦ୍ର ନୂଆଦିଲ୍ଲୀ: ଭାରତ ବର୍ଷ ବୈଶ୍ବିକ ମଡେଲ ହେବାକୁ ଯାଉଛି । ଏସବୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଯୋଗୁଁ ହୋଇଛି । ଯେତେବେଳେ ଭାରତ ଚନ୍ଦ୍ରାୟନର ଉପଲବ୍ଧି କରୁଛି, ସୂର୍ଯ୍ୟଅଭିଯାନ କରୁଛି ଭାରତ ସେତେବେଳେ ବୈଶ୍ବିକ ରାଜନୀତିରେ ନିଜର ସ୍ଥିତିକୁ ଆହୁରି ମଜବୁତ କରୁଛି । ଯାହା140 କୋଟି ଭାରତୀୟଙ୍କ ପାଇଁ ଗୌରବର କ୍ଷଣ । ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ପାଇଁ ସମ୍ଭବ ହୋଇଛି। ଜି20 ଶିଖର ସମ୍ମିଳନୀର ସଫଳ ଆୟୋଜନ ସହ ଭାରତର ମାନ ବଢାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହାବି ପଢନ୍ତୁ- G 20 Summit: ବିଶ୍ବ ଦେଖିଲା ଭାରତର ଐତିହ୍ୟ
ଧର୍ମେନ୍ଦ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ବ ଯୋଗୁଁ ଦୁଇଦିନିଆ ଜି-20 ବୈଠକ ସଫଳ ହୋଇଛି । ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବରେ ସମସ୍ତଙ୍କୁ ସାଙ୍ଗରେ ନେଇ ଗୋଟିଏ ପ୍ରସ୍ତାବ ତିଆରି କରିପାରିଛି, ଯାହା ବୈଶ୍ବିକ ସ୍ତରରେ କମ ଦେଖିବାକୁ ମିଳେ I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଆ ସମାଜର ଗର୍ବ ବଢାଇଛନ୍ତି । ଜି-20 ବୈଠକର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଭାରତ ମଣ୍ଡପମରେ ଯେବେ ଅତିଥିଙ୍କୁ ସ୍ବାଗତ କଲେ ସେ ସ୍ଥାନରେ ଓଡିଶାର କଳା ଓ ସଂସ୍କୃତିର ପରିଚୟ କୋଣାର୍କ ଚକ୍ର ସ୍ଥାନ ପାଇଥିଲା । ଏହାଠାରୁ ବଡ ଗୌରବର କଥା କିଛି ଓଡିଶା ପାଇଁ ନହୋଇପାରେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ର ଆହୁରି କହିଛନ୍ତି ସଫଳତାର ସହ ଜି-20 ର ଅଧିବେଶନ ସମାପ୍ତ ହୋଇଛି । ବିଶ୍ବର ପ୍ରମୁଖ ଦେଶର ନେତୃତ୍ବ ଏକାଠୀ ଭାରତକୁ ଆସିଥିଲେ । ଏ ପ୍ରକାର ଆୟୋଜନ ପୂର୍ବରୁ ଭାରତରେ କେବେ ହୋଇନଥିଲା ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଭାରତରେ ବୈଷୟିକ ମଞ୍ଚ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏପ୍ରକାର ମଞ୍ଚ କେବେ ଆୟୋଜନ ହୋଇନଥିଲା । ଏସବୁ କେବଳ ପ୍ରଧାନମନ୍ତ୍ରୀଙ୍କ ଦୁରଦୃଷ୍ଟି ଓ ଦକ୍ଷତା ଯୋଗୁଁ ସମ୍ଭବ ହୋଇପାରିଛି । ବିଶ୍ବରେ ଅନେକ ସମସ୍ୟା ଅଛି, ଅନେକ ମତ ପାର୍ଥକ୍ୟ ଅଛି । ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବରେ ସମସ୍ତଙ୍କୁ ସାଙ୍ଗରେ ନେଇ ବିନା ବିବାଦରେ ଗୋଟିଏ ଘୋଷଣା ପତ୍ର ତିଆରି କରିପାରିଲା ଏହା ଆମ ପାଇଁ ସବୁଠୁ ବଡ ଉପଲବ୍ଧି ।
ଏହାବି ପଢନ୍ତୁ- G20 Summit: ଡିନର ପାଇଁ ଭାରତ ମଣ୍ଡପରେ ବିଶ୍ବନେତା, ସ୍ବାଗତ କରୁଛନ୍ତି ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଗୋଟେ ବର୍ଷ ପୂର୍ବରୁ ଯେତେବେଳେ ବୈଠକ ଆରମ୍ଭ ହେଲା ସେବେଠୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ବିଶ୍ବର ଗରିବ ଦେଶର ଆକଂକ୍ଷାକୁ ବି ଜି-20 ମଞ୍ଚରେ ରଖିବା । ପ୍ରଧାନମନ୍ତ୍ରୀ କହିଥିଲେ ଭାରତ ଯେତେବଳେ ଅଧ୍ୟକ୍ଷତା କରୁଛି ଆମର ଦାୟିତ୍ବ ବସୁଧୈବ କୁଟୁମ୍ବକମ , ଗୋଟିଏ ବିଶ୍ବ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ' । ତେବେ ଗରିବ ଦେଶର ଆକାଂକ୍ଷା କିପରି ଜି-20 ମଞ୍ଚରେ ରହିବ ତାହା ଆମର ଦାୟିତ୍ବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଯାହା କରି ଦେଖାଇଲେ ।
ଧର୍ମେନ୍ଦ୍ର ଆହୁରି କହିଛନ୍ତି ସୁଖର ବିଷୟ ଏହାଯେ କେବଳ ଗ୍ଲୋବାଲ ସାଉଥର ଆକଂକ୍ଷା ପ୍ରତିଫଳନ ହେଲାନି ବରଂ ଆଫ୍ରିକୀୟ ଦେଶର ଅଧ୍ୟକ୍ଷଙ୍କୁ ଜି20 ର ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରାଗଲା । ଏହା ପ୍ରଧାନମନ୍ତ୍ରୀଙ୍କ ସବୁଠୁ ବଡ ଉପଲବ୍ଧି । ଶିକ୍ଷା ସମୂହରେ ଯେଉଁ 4ଟି ୱାର୍କିଂ ଗ୍ରୁପରେ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ଆଲୋଚନା ହୋଇଥିଲା ଏହା ଉପରେ ବି ଜି20 ସର୍ବ ସମ୍ମତ ପ୍ରସ୍ତାବ ପାରିତ କରିଛନ୍ତି । ଭାରତର ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କଲେ । ପିଏମ ପୋଷଣ ବିଷୟରେ ଉଲ୍ଲେଖ କଲେ । ଦକ୍ଷତା ବିକାଶ, ପିଏମ କୌଶଳ ବିକାଶ ଯୋଜନା ଓ ଫ୍ୟୁଚର ସ୍କିଲ୍ସ ନେଟୱାର୍କୁ ମଧ୍ୟ ଚର୍ଚ୍ଚାରେ ଅଣା ଯାଇଥିଲା । ସ୍କିଲ ପାଥ ୱେ ଉପରେ ଚର୍ଚ୍ଚା କଲେ । ଫ୍ୟୁଚର ରେକଗୋନେସନ ଅଫ ଗ୍ଲୋବାଲ କମ୍ପେଟେନସି ଉପରେ ଚର୍ଚ୍ଚା ହେଲା। ତାହାସହ ଉଚ୍ଚ ଶିକ୍ଷା ସଂସ୍ଥାନରେ ଇନୋଭେସନାଲ ରିସର୍ଚ୍ଚରେ ଆଲାଏନ୍ସ ବଢୁ , ସମ୍ଭାବନା ବଢୁ, ଏହା ପାଇଁ ବି ବିଭିନ୍ନ ନେଟୱାର୍କ ଥିଲା । ବିଶେଷ କରି ଆମେରିକା ଓ ଭାରତ ମିଶି ଗୋଟିଏ ଇନଷ୍ଟିଟ୍ୟୁସପାରିତ ନାଲ ଆରେଞ୍ଜମେଣ୍ଟ କରାଗଲା । ଗ୍ଲୋବାଲ ଚ୍ୟାଲେଞ୍ଜ ଇନଷ୍ଟିଚ୍ୟୁଟ ତିଆରି କରାଯିବ । ଡିପ ରିସର୍ଚ୍ଚ କରାଯିବ । ସେମିକଣ୍ଟକ୍ଟର, କ୍ରିଟିକାଲ ମିନେରାଲ ଏସବୁ ବିଷୟରେ ରିସର୍ଚଚ କରାଯିବ ଯାହା ଆମ ପାଇଁ ଗୌରବର ବିଷୟ ।
ଏହାବି ପଢନ୍ତୁ- Watch: ବାଇଡେନଙ୍କୁ କୋଣାର୍କ ଚକ୍ର ଦେଖାଇଲେ ମୋଦି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଗର୍ବ ବଢାଇଲେ। ଓଡିଆ ସମାଜ ଏବଂ ଓଡିଆ ସଭ୍ୟତାକୁ ସ୍ବୀକୃତି ଦେଲେ। ଯେତେବେଳେ ପ୍ରଥମ ଦିନ ୯ ତାରିଖରେ ବିଶ୍ବ ନେତୃତ୍ବକୁ ଭାରତ ମଣ୍ଡପରେ ସ୍ବାଗତ କଲେ ସେହି ସ୍ଥାନରେ କୋଣାର୍କ ଚକ୍ର ସ୍ଥାନ ପାଇଥିଲା । ଏହାଠାରୁ ବଡ ଗର୍ବ ଓ ଗୌରବର କଥା କଣ ହୋଇପାରେ ଓଡିଆ ଜାତି ନାହିଁ। ଠିକ ସେହିପରି ଜି20 ରାତ୍ରିଭୋଜନରେ ଯେତେବେଳେ ପ୍ରଧାନମନ୍ତ୍ରୀ ଯୋଗ ଦେଲେ ସେତେବେଳେ ତାଙ୍କ ସାଥିରେ ଥିଲେ ଦେଶର ରାଷ୍ଟ୍ରପତି ଓଡିଆ ଝିଅ ତଥା ଦ୍ରୌପଦୀ ମୁର୍ମୁ । ଏହା ହେଉଛି ଓଡିଆଙ୍କ ପାଇଁ ଏକ ବଡ ଉପଲବ୍ଧି। ପ୍ରଧାନମନ୍ତ୍ରୀ ବୈଠକ ଡାକିଲେ ରାଷ୍ଟ୍ରପତି ଆଉ ସବୁ ଅତିଥିଙ୍କୁ ଆପ୍ୟାୟିତ କଲେ।
କେବଳ ଏତିକି ନୁହେଁ 8 ତାରିଖ ଭୋରରୁ ଯେତେବେଳେ ବିଶ୍ବର ନେତା ମାନେ ଆସୁଥିଲେ ସମ୍ବଲପୁରୀ ଗୀତରେ ସମସ୍ତଙ୍କୁ ସ୍ବାଗତ କରାଯାଉଥିଲା। ଆମେ ସମସ୍ତେ ଏକ ଭିଡିଓ ଦେଖିଛେ ଯେଉଁଥିରେ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡର ଅଧ୍ୟକ୍ଷା ସମ୍ବଲପୁରୀ ଡାଲଖାଇ ଗୀତରେ ନାଚୁଥିଲେ। ଆଉ ଏହି ଦୃଶ୍ୟ ସମସ୍ତଙ୍କୁ ଗର୍ବିତ କରାଇଛି। ଆଉ ଏହା ଓଡିଶା ଏବଂ ଓଡିଆଲୋକଙ୍କ ପାଇଁ ଗର୍ବର ବିଷୟ । ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଆ ଜାତି ପକ୍ଷରୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି ।