ଓଡିଶା

odisha

ETV Bharat / bharat

INS ରଣବୀରରେ ବିସ୍ଫୋରଣ, 3 ଜଣ ଯବାନ ଶହୀଦ - INS Ranvir Incident News

NS ରଣବୀରରେ ବିସ୍ଫୋରଣ । 3 ଜଣ ଯବାନ ଶହୀଦ । ମୁମ୍ବାଇ ନାଭାଲ ଡକୟାର୍ଡରେ ହୋଇଛି ବିସ୍ଫୋରଣ । ଅଧିକ ପଢନ୍ତୁ

INS  ରଣବୀରରେ ବିସ୍ପୋରଣ  3 ଜଣ ଯବାନ ସହିଦ
INS ରଣବୀରରେ ବିସ୍ପୋରଣ 3 ଜଣ ଯବାନ ସହିଦ

By

Published : Jan 18, 2022, 9:46 PM IST

Updated : Jan 18, 2022, 10:56 PM IST

ମୁମ୍ବାଇ:INS ରଣବୀରରେ ବିସ୍ପୋରଣ । 3 ଜଣ ଯବାନ ସହିଦ । ମୁମ୍ବାଇ ନାଭାଲ ଡକୟାର୍ଡରେ ହୋଇଛି ବିସ୍ପୋରଣ । ନୌସେନାର ଯୁଦ୍ଧ ଜାହାଜ ହେଉଛି INS ରଣବୀର । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲା ନୌସେନା ।

ଏହାକୁ ନେଇ ନୌସନା କହିଛି (ମଙ୍ଗଳବାର) ସଂଧ୍ୟାରେ ମୁମ୍ବାଇ ନାଭାଲ ଡକୟାର୍ଡରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି । INS ରଣବୀରର ଏକ କମ୍ପାର୍ଟମେଣ୍ଟରେ ବିସ୍ପୋରଣ ହୋଇଛି । ଯେଉଁଥିରେ 3 ଜଣ ଯବାନ ସହିଦ ହୋଇଛନ୍ତି । 10 ଜଣ ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଘଟଣା ପରେ ପରେ ନାବିକ ଓ ଅନ୍ୟ ସଦସ୍ୟ ମାନେ ତୁରନ୍ତ ନିୟନ୍ତ୍ରଣ କରିଥିଲେ ।

INS ରଣବୀର ପୂ୍ର୍ବ ପ୍ରାନ୍ତରେ କ୍ରାନ୍ସ ଅପରେସନରେ ଥିଲା । କିଛି ସମୟ ମଧ୍ୟରେ ଏହା ବେଶ ପୋର୍ଟକୁ ଫେରିଥାନ୍ତା । ଘଟଣାର ତଦନ୍ତ ପାଇଁ ବୋର୍ଡ ଅଫ ଇନକ୍ବାରୀ ଦିଆଯାଇଛି । ସମସ୍ତ ଆହତ ଯବାନ ଓ କ୍ରିଉ ସଦସ୍ୟଙ୍କୁ ସ୍ଥାନୀୟ ନେଭି ହସ୍ପିଟାଲେର ଭର୍ତ୍ତି କରାଯାଇଛି ।

ଏହାସହ ପୁରା ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଅବଗତ କରାଯାଇଛି । ବରିଷ୍ଠ ଅଧିକାରୀ ମାନେ ଘଟଣା ଉପରେ ନଜର ରଖିଛନ୍ତି ।

ସୂଚନାଯୋଗ୍ୟ INS ରଣବୀର 28 ଅକ୍ଟୋବର 1986 ମସିହାରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ଏହା ନୌସନାର ଏକ ବିଧ୍ବଂନ୍ସି ଯୁଦ୍ଧ ଜାହାଜ । INS ରଣବୀର ପୁରା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସେନସର ଲେସ ଭାବେ ମୁତୟନ ହୋଇଥାଏ । ଏହାକୁ 310 ଜଣ ନାବିକଙ୍କ ସମେତ କ୍ରିଉ ସଦସ୍ୟ ପରିଚାଳନା କରିଥାନ୍ତି ।

@IANS

Last Updated : Jan 18, 2022, 10:56 PM IST

ABOUT THE AUTHOR

...view details