ଅମରାବତୀ: ସ୍କୁଲରେ ଚାଞ୍ଚଲ୍ୟ । ଅକାଳରେ ଚାଲିଯାଉଛି ଛାତ୍ରଛାତ୍ରୀଙ୍କ ଜୀବନ । କାରଣ ଖୋଜି ପାଉନାହାନ୍ତି ପୋଲିସ କିମ୍ବା କର୍ତ୍ତୃପକ୍ଷ । ଆଲୁରୀ ସିଥାମାରାଜୁ ଜିଲ୍ଲାର ଆଦିବାସୀ ଆଶ୍ରମ ବିଦ୍ୟାଳୟରେ (Tribal Welfare Ashram School) ଘଟିଛି ଏଭଳି ଘଟଣା । ଗତ ୨ ମାସ ଭିତରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଖବରଅନୁଯାୟୀ, ଏହି ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ହଠାତ ମୃତ୍ୟୁ ହେଉଛି । ପାଦେରୁ ତାଲରାସିଙ୍ଗିର ଛାତ୍ର ଧୋନୀ ଆଦିବାସୀ ଆଶ୍ରମ ସ୍କୁଲର ୮ ଶ୍ରେଣୀର ଛାତ୍ର ଥିଲା । ପାଠ ପଢିବା ସମୟରେ ବିଦ୍ୟାଳୟରେ ହଠାତ ଅସୁସ୍ଥ ହୋଇପଡିଥିଲା ଧୋନୀ । ଅବସ୍ଥା ଗୁରୁତର ହେବାରୁ ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଧୋନାର ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଗତ ଦୁଇ ମାସ ଭିତରେ ୫ ଜଣ ଛାତ୍ରଙ୍କର ଏଭଳି ଭାବେ ମୃତ୍ୟୁ ହୋଇଛି ।