ରାମଲାଲାଙ୍କ ପାଖରେ ଲାଗି ହୁଏ ବନାରସ ମହଗୀ ପାନ ଅଯୋଧ୍ୟା:ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟା ରାମମୟ ହୋଇଉଠିଛି । ଜାନୁଆରୀ 22ରେ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଭବ୍ୟ ମହାଉତ୍ସବ ପାଇଁ ଚଳଚଞ୍ଚଳ ହୋଇଉଠିଛି ଅଯୋଧ୍ୟା । ଦୀର୍ଘ ବର୍ଷର ଅପେକ୍ଷା ପରେ ଏହି ଦିନ ଆସିବାକୁ ଯାଉଛି । ଯାହାକୁ ନେଇ ରାମ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହାମଧ୍ୟରେ ରାମ ପରମ୍ପରା ସହ ଜଡିତ ବନାରସ ମହଗୀ ପାନକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହେଉଛି ।
ରାମଲାଲାଙ୍କ ପାଖରେ ଲାଗି ହୁଏ ବନାରସ ମହଗୀ ପାନ 1992 ରାମ ମନ୍ଦିର ଆନ୍ଦୋଳନରୁ ନେଇ ଏପର୍ଯ୍ୟନ୍ତ ଅଯୋଧ୍ୟାର ଏକ ପରିବାର ପୁର୍ବପୁରୁଷ ଅମଳରୁ ରାମଲାଲାଙ୍କ ପାଖରେ ଭୋଗ ଭାବେ ଲାଗି ହୋଇ ଆସୁଥିବା ପାନ ତିଆରି କାର୍ଯ୍ୟ କରିଆସୁଛନ୍ତି । ତେବେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ ଅବସରରେ 551ଟି ପାନ ତିଆରି କରିବାକୁ ବିନୟ ଚୌରାସିଆଙ୍କ ପରିବାରକୁ କୁହାଯାଇଛି । ଅଯୋଧ୍ୟରେ ଏବେବି ରହିଛି ବିନୟ ଚୌରାସିଆଙ୍କ ପାନ ଦୋକାନ ।
ରାମଲାଲାଙ୍କ ପାଖରେ ଲାଗି ହୁଏ ବନାରସ ମହଗୀ ପାନ ଏହାମଧ୍ୟ ପଢନ୍ତୁ.. ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; 84 ସେକେଣ୍ଡର ମାହାର୍ଘ୍ୟ ମୂହୂର୍ତ୍ତରେ ଜନ୍ମିତ ଶିଶୁ ହେବେ ଭାଗ୍ୟବାନ !
ରାମ ମନ୍ଦିର ସହ ଅନେକ ଇତିହାସ ଜଡିତ । ସେହି ଇତିହାସ ମଧ୍ୟରୁ ଗୋଟିଏ ଇତିହାସ ରାମଲାଲାଙ୍କ ପାଖରେ ଭୋଗ ଭାବେ ଲାଗି ହେଉଥିବା ବନାରସ ମହଗୀ ପାନର ରହିଛି । 1992 ରାମ ମନ୍ଦିର ଆନ୍ଦୋଳନ ବେଳେ ବି ନିଜ ଜୀବନକୁ ବାଜି ଲଗାଇ ରାମଲାଲାଙ୍କ ପାଖରେ ପାନ ଭୋଗ କରିଛନ୍ତି ବିନୟ ପରିବାର । 1992ରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ରାମଲାଲାଙ୍କ ପାଖରେ ପାନ ଭୋଗ ଲାଗି କରାଯାଉଥିଲା । ବିନୟଙ୍କ କହିବାନୁଯାୟୀ, 1992ରେ ରାମ ମନ୍ଦିର ଆନ୍ଦୋଳନ ବେଳେ ସମଗ୍ର ଅଯୋଧ୍ୟାରେ କର୍ଫ୍ୟୁ ଜାରି କରାଯାଇଥିଲା । ଏହି ସମୟରେ ତାଙ୍କ ବାପା ରାମଲାଲାଙ୍କ ପାଇଁ ପାନ ନେଇ ଯାଉଥିଲେ । ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ରାମଙ୍କ ମଧ୍ୟରେ ପାନ ଭୋଗ ଲାଗି କରାଯାଉଥିଲା ।
ରାମଲାଲାଙ୍କ ପାଖରେ ଲାଗି ହୁଏ ବନାରସ ମହଗୀ ପାନ ସେହି ସମୟରେ ଅଯୋଧ୍ୟାର ମାହୋଲ ବେଶ ହିଂସାପୂର୍ଣ୍ଣ ରହିଥିଲା । ସେହି ହିଂସା ମଧ୍ୟରେ ମନ୍ଦିର ଯିବା କଷ୍ଟସାଧ୍ୟ ଥିଲା । ପ୍ରଶାସନ ପକ୍ଷରୁ ସୁରକ୍ଷା ବଳୟ ମଧ୍ୟ ତାଙ୍କ ବାପାଙ୍କୁ ନିଆଯାଉଥିଲା । କୋରୋନା ସମୟରେ ବି ତାଙ୍କ ପରିବାର ରାମଲାଲାଙ୍କ ନିକଟରେ ପାନ ଲଗାଇଥିବା କହିଛନ୍ତି ବିନୟ । ତେବେ ମନ୍ଦିର ପ୍ରତିଷ୍ଠା ନେଇ ବେଶ ଖୁସି ପ୍ରକଟ କରିଛନ୍ତି । ତେବେ 3 ପୁରୁଷ ଧରି ସେ ଏହି କାର୍ଯ୍ୟ କରିଆସୁଥିବା କହିଛନ୍ତି ବିନୟ । ଅନ୍ୟପଟେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ତାଙ୍କୁ 551 ପାନ ତିଆରି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିବା ନେଇ ସେ କହିଛନ୍ତି । ଯେବେ ଭୂମି ପୂଜନ ହୋଇଥିଲା ସେତେବେଳେ ବି 151 ଟି ପାନ ବିନୟଙ୍କ ପରିବାର ପକ୍ଷରୁ ହିଁ ଦିଆଯାଇଥିଲା ।
ରାମଲାଲାଙ୍କ ପାଖରେ ଲାଗି ହୁଏ ବନାରସ ମହଗୀ ପାନ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ