ଓଡିଶା

odisha

ETV Bharat / bharat

କୋରୋନା ଭୟ: ଚାରିଧାମ ଯାତ୍ରା ଉପରେ ଲାଗିଲା ରୋକ୍

କୋରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ଉତ୍ତରାଖଣ୍ଡ ସରକାର । ମନ୍ଦିରରେ କେବଳ ନୀତିକାନ୍ତି ପାଳନ ପାଇଁ ଅନୁମତି ଦିଆଯାଇଥିବା ବେଳେ ତୀର୍ଥଯାତ୍ରୀ ଯିବା ଉପରେ ରୋକ ଲଗାଯାଇଛି । ଅଧିକ ପଢନ୍ତୁ...

କୋରୋନା ଭୟ: ଚାରିଧାମ ଯାତ୍ରା ଉପରେ ଲାଗିଲା ରୋକ୍
କୋରୋନା ଭୟ: ଚାରିଧାମ ଯାତ୍ରା ଉପରେ ଲାଗିଲା ରୋକ୍

By

Published : May 17, 2021, 9:19 AM IST

ଡେରାଡୁନ: ସାରାଦେଶରେ ଏବେ ହଇଚଇ ସୃଷ୍ଟି କରିଛି ମହାମାରୀ କୋରୋନା । ଦେଶରେ କୋରୋନାର ଦ୍ବିତୀୟ ଲହର ସଂକ୍ରମଣ ଗ୍ରାଫ ଲଗାତାର ଉପର ମୁହାଁ ଥିବାବେଳେ ପରିସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଉତ୍ତରାଖଣ୍ଡରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ଉତ୍ତରାଖଣ୍ଡ ସରକାର ।

ମନ୍ଦିରରେ କେବଳ ନୀତିକାନ୍ତି ପାଳନ ପାଳନ ପାଇଁ ଅନୁମତି ଦିଆଯାଇଥିବା ବେଳେ ତୀର୍ଥଯାତ୍ରୀ ଯିବା ଉପରେ ରୋକ ଲଗାଯାଇଛି । ଏନେଇ ଆଜି ଉତ୍ତରାଖଣ୍ଡ DIPR କହିଛି ।

ଏପଟେ କେଦାରନାଥ ପୋର୍ଟାଲ ଗୁଡିକ ଆଜି କୋଭିଡ ପ୍ରୋଟୋକଲ ମଧ୍ୟରେ ପୁନଃ ଖୋଲାଯାଇଛି । ତେବେ ଚାରିଟି ପ୍ରସିଦ୍ଧ ପବିତ୍ର ସ୍ଥାନ - କେଦାରନାଥ, ବଦ୍ରିନାଥ, ଗାଙ୍ଗୋତ୍ରୀ ଏବଂ ଯମୁନୋତ୍ରୀର ପୋର୍ଟାଲ ଗୁଡିକ 6 ମାସ ବନ୍ଦ ପରେ ପ୍ରତିବର୍ଷ ଏପ୍ରିଲରୁ ମେ’ ମଧ୍ୟରେ ଖୋଲାଯାଏ । ଏନେଇ ଆସନ୍ତାକାଲି (ମେ 18, ମଙ୍ଗଳବାର) ସକାଳ 4.15 ରେ ବ୍ରହ୍ମ ମୁହୁର୍ତ୍ତରେ ବଦ୍ରିନାଥ ମନ୍ଦିରର ପୋର୍ଟାଲ ଖୋଲିବ ।

@ANI

ABOUT THE AUTHOR

...view details