ନୂଆଦିଲ୍ଲୀ:ଜାରି ରହିଛି କଂଗ୍ରେସର ଭାରତ ଯୋଡ ଯାତ୍ରା(Bharat Jodo Yatra) । ଏହାରି ଭିତରେ ରାହୁଲ ଗାନ୍ଧୀ ରାଜନୀତି ମିଡିଆ ଛବିକୁ ନେଇ ରବିବାର ଏକ ଟ୍ବିଟରରେ 2.15 ମିନିଟର ଏକ ଭିଡିଓ ସେୟାର କରିଛନ୍ତି । ମୋର ମିଡିଆ ଛବିର ସତ୍ୟତା କଣ? ବୋଲି ଲେଖିଛନ୍ତି ରାହୁଲ । ସୋସିଆଲ ମିଡିଆରେ ସେୟାର କରିଥିବା ଭିଡିଓ କ୍ଲିପରେ ମୋର ମିଡିଆ ଭାବମୂର୍ତ୍ତିର ପ୍ରକୃତ ସତ୍ୟ କଣ(What is the Real Truth of My Media Image) ଦେଖନ୍ତୁ ବୋଲି କହିଛନ୍ତି କଂଗ୍ରେସ ସାଂସଦ ।
ଏନେଇ ରାହୁଲ କହିଛନ୍ତି," ମୁଁ ୨୦୦୪ରୁ ୨୦୦୮-୨୦୦୯ରେ ରାଜନୀତିରେ ଯୋଗ ଦେଇଥିଲେ । ଏହି ସମୟରେ ଗଣମାଧ୍ୟମ ମୋତେ ୨୪ ଘଣ୍ଟା ପ୍ରଶଂସା କରୁଥିଲା । ଏହାପରେ ମୁଁ ୨ଟି ପ୍ରସଙ୍ଗ ଉଠାଇଥିଲି । ଗୋଟିଏ ନିୟମଗିରି ଏବଂ ଅନ୍ୟଟି ଭଟ୍ଟା ପାରସୌଲ(ଜମି ଅଧିଗ୍ରହଣ ପ୍ରସଙ୍ଗ) ।ମୁଁ ଭୂମି ଅଧିଗ୍ରହଣ ନେଇ ପ୍ରଶ୍ନ ଉଠାଇବା ସହ ଦେଶର ଗରିବ ଲୋକଙ୍କ ଅଧିକାର କଥା କହିବା ଆରମ୍ଭ କରିବା ମାତ୍ରେ ସମଗ୍ର ଗଣମାଧ୍ୟମ ମୋ ବିରୋଧୀ ହୋଇଯାଇଥିଲା । ମୋତେ ବିରୋଧକରି ଗଣମାଧ୍ୟମ ୨୪ ଘଣ୍ଟା ଲେଖିବା ଆରମ୍ଭ କରିଥିଲେ । "
ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି," ସମ୍ବିଧାନ ଦ୍ବାରା ଭାରତର ସମ୍ପତ୍ତି ମାହାରାଜାଙ୍କ ଠାରୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସେଥିରେ ବିଜେପି ହସ୍ତକ୍ଷେପ କରୁଛି । ଏହାକୁ ନେଇ ଭାରତୀୟ, ଆଦିବାସୀ ଏବଂ ଗରିବ ଲୋକ ଏକଜୁଟ ହୁଅନ୍ତି ତେବେ କାର୍ଯ୍ୟ ଅତି ସହଜ ହେବ । କିନ୍ତୁ ଯଦି ସେମାନେ ବିଭାଜିତ ରହିବେ , ତେବେ କାର୍ଯ୍ୟ ପୂରଣ କରିବା ଅସମ୍ଭବ ।"