ହାଇଦ୍ରାବାଦ:ଗୁଜୁରାଟରେ ସଂଧ୍ୟା 5ଟାରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ । ଶେଷ ରାଉଣ୍ଡ ସୁଦ୍ଧା ସମଗ୍ର ରାଜ୍ୟରେ 56.88 ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ଜିଲ୍ଲାଓ୍ବାରୀ ଭୋଟିଂ ପ୍ରତିଶତର ବିବରଣୀକୁ ଦେଖିଲେ, ଆମ୍ବରେଲିରେ 52.73 ପ୍ରତିଶତ, ଭରୁଚରେ 59.36, ଭବନଗର 51.34 ପ୍ରତିଶତ, ବୋଟାଦ ଜିଲ୍ଲାରେ 51.64, ଡାଙ୍ଗରେ 64.84 ପ୍ରତିଶତ, ଦେବଭୂମୀ ଦ୍ୱାରକା 59.11 ପ୍ରତିଶତ, ଗିର୍ ସୋମନାଥରେ 60.46 ପ୍ରତିଶତ, ଜାମନଗର 53.98 ପ୍ରତିଶତ, ଜୁନାଗଡ 52.04 ପ୍ରତିଶତ, କଚ୍ 54.52 ପ୍ରତିଶତ, ମୋରବିରେ 56.20 ପ୍ରତିଶତ, ନର୍ମଦାରେ 68.09, ନାଭସାରିରେ 65.91, ପୋରବନ୍ଦର 53.84, ରାଜକୋଟରେ 51.66, ସୁରଟରେ 57.16, ସୁରେନ୍ଦ୍ର ନଗରରେ 58.14, ତାପିରେ 72.32 ପ୍ରତିଶତ ଓ ଭଲସାଦ ଜିଲ୍ଲାରେ 62.46 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି ।