ଓଡିଶା

odisha

ETV Bharat / bharat

100ରୁ ଅଧିକ ଲକ୍‌ଜୁରୀ କାରରେ ବରଯାତ୍ରୀ, କିନ୍ତୁ ଶଡଗ ଗାଡିରେ ଗଲେ ବର - ଶଡଗ ଗାଡିରେ ବିବାହ

ସୁରଟରେ ନିଆରା ବିବାହ । ଶହେରୁ ଅଧିକ ଲକ୍ଜୁରୀ କାରରେ ଗଲେ ବରଯାତ୍ରୀ ଓ ପରିବାର ସଦସ୍ୟ । କିନ୍ତୁ ଶଡଗ ଗାଡିରେ ଗଲେ ବର । ଅଧିକ ପଢନ୍ତୁ ( VIDEO PENDING )

ଶହେରୁ ଅଧିକ ଲକ୍ଜୁରୀ କାରରେ ବରଯାତ୍ରୀ, କିନ୍ତୁ ଶଡଗରେ ଗଲେ ବର
ଶହେରୁ ଅଧିକ ଲକ୍ଜୁରୀ କାରରେ ବରଯାତ୍ରୀ, କିନ୍ତୁ ଶଡଗରେ ଗଲେ ବର

By

Published : Feb 25, 2023, 10:50 PM IST

ସୁରଟ: ବଡ ଧୁମଧାମ ଓ ରାଜକୀୟ ଢଙ୍ଗରେ ହେଲା ବିବାହ । ବିବାହ ଶୋଭାଯାତ୍ରାରେ ଶତାଧିକ ବିଳାଶମୟ କାରରେ ବାହାରିଲେ ବରଯାତ୍ରୀ, ଜ୍ଞାତିକୁଟୁମ୍ବ । ହେଲେ ଶଗଡ ଗାଡିରେ ଗଲେ ବର । ଏପରି ଏକ ନିଆରା ବିବାହ ଦେଖିବାକୁ ମିଳିଛି ସୁରଟରେ । ଏପରି ନିଆରା ଢଙ୍ଗରେ ବିବାହ କରି ଚର୍ଚ୍ଚାରେ ଥିବା ଯୁବକ ଜଣେ ବିଜେପି ନେତାଙ୍କ ପୁଅ ବୋଲି ଜଣାପଡିଛି ।

ଶହେରୁ ଅଧିକ ଲକ୍ଜୁରୀ କାରରେ ବରଯାତ୍ରୀ, କିନ୍ତୁ ଶଡଗରେ ଗଲେ ବର

ଏପରି ବିବାହ କେବଳ ସୁରଟରେ ନୁହେଁ ବରଂ ପୁରା ଗୁଜୁରାଟରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି । ଶତାଧିକ କାର ବିବାହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରାର ଲମ୍ବ ପ୍ରାୟ 2 କି.ମିରୁ ଅଧିକ ଥିଲା । କୋଟି କୋଟି ଟଙ୍କାର କାରରେ ଶୋଭାଯାତ୍ରା, ରୋସଣୀ ଓ ବାଣ ସହିତ ରାଜକୀୟ ଢଙ୍ଗରେ ବିବାହ ଶୋଭାଯାତ୍ରା ଜାରି ରହିଥିବା ବେଳେ ବର ଏକ ଫୁଲ ସଜ୍ଜିତ ବଳଦ ଗାଡିରେ ଯାଉଥିଲେ । ଯାହା ସମସ୍ତଙ୍କ ନଜରର କେନ୍ଦ୍ରରେ ରହିଥିଲା ।

ଶହେରୁ ଅଧିକ ଲକ୍ଜୁରୀ କାରରେ ବରଯାତ୍ରୀ, କିନ୍ତୁ ଶଡଗରେ ଗଲେ ବର

ସୂଚନା ଅନୁସାରେ, ସହରରେ ଭାରତୀୟ ଜନତା ପାର୍ଟି ନେତା ଭାରତ ଭାଗାସିଆ ଏପରି ଢଙ୍ଗରେ ନିଜ ପୁଅଙ୍କ ବିବାହ କରିଛନ୍ତି । ଏହି ଶୋଭାଯାତ୍ରା ଭାରାଚାର ମହାନଦୀ ପ୍ୟାଲେସରୁ ଆରମ୍ଭ ହୋଇ ସହରର ଉତରାୟଣ ପାର୍ଟି ପ୍ଲଟରେ ପହଞ୍ଚିଥିଲା । ଏହି ସମୟରେ କୋଟି କୋଟି ଟଙ୍କା ମୂଲ୍ୟର 100 ରୁ ଅଧିକ ବିଳାସପୂର୍ଣ୍ଣ କାର ଏହି ବିବାହ ଶୋଭାଯାତ୍ରାରେ ସାମିଲ ଥିଲେ । ହେଲେ ଏକ ପୁଷ୍ପସଜ୍ଜିତ ଶଗଡ ଗାଡିରେ ବର ଆସିଥିଲା ।

ଶହେରୁ ଅଧିକ ଲକ୍ଜୁରୀ କାରରେ ବରଯାତ୍ରୀ, କିନ୍ତୁ ଶଡଗରେ ଗଲେ ବର

ବିଜେପି ନେତା ଭରତ ଭାଗାସିଆ କହିଛନ୍ତି ଯେ ଏହା ସୁରଟ ଓ ସ୍ଥାନୀୟ ଅଞ୍ଚଳର ଏକ ପୁରୁଣା ପରମ୍ପରା । ବର ବିବାହ ବେଳେ କେବଳ ଶଗଡ ଗାଡିରେ ଯାଆନ୍ତି । ହେଲେ ତାଙ୍କ ପୁଅ ମହଙ୍ଗା ତଥା ଦାମୀ କାରକୁ ଭଲ ପାଉଥିଲେ । ତେଣୁ ବିବାହ ଶୋଭାଯାତ୍ରାରେ ସେ ଦାମୀ କାର ବ୍ୟବହାର କରିଥିଲେ ସୁଦ୍ଧା ବର ସାଜିଥିବା ପୁତ୍ରଙ୍କ ପାଇଁ ପରମ୍ପରା ଅନୁସାରେ ଶଗଡ ଗାଡିର ବ୍ୟବସ୍ଥା କରାଇଥିଲା । ଶୋଭାଯାତ୍ରାରେ 50 ଲକ୍ଷରୁ ଆରମ୍ଭ କରି 5 କୋଟି ପର୍ଯ୍ୟନ୍ତ କାର ମଧ୍ୟ ଅନ୍ତର୍ଭୁକ୍ତ କରିଥିଲେ ପରିବାର ସଦସ୍ୟ । ସାଙ୍ଗସାଥୀ, ପରିବାର ସଦସ୍ୟ ଏହି ବିଳାଶମୟ କାରଗୁଡିକରେ ଯାତ୍ରା କରିଥିଲେ । ଏପରି କରି ସେ ନିଜ ପୁଅଙ୍କ ଇଚ୍ଛା ସହ ନିଜର ପରମ୍ପରା ମଧ୍ୟ ପାଳନ କରିଥିବା କୁହନ୍ତି ସମ୍ପୃକ୍ତ ବିଜେପି ନେତା ।

ଶହେରୁ ଅଧିକ ଲକ୍ଜୁରୀ କାରରେ ବରଯାତ୍ରୀ, କିନ୍ତୁ ଶଡଗରେ ଗଲେ ବର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details