ନୂଆଦିଲ୍ଲୀ: କୋରୋନାରେ ଦ୍ବିତୀୟ ଲହରରେ ପୁରା ଦେଶ ଅସ୍ତବ୍ୟସ୍ତ ହୋଇ ପଡିଲାଣି । କେଉଁଠି ଅକ୍ସିଜେନ ଅଭାବ ଦେଖାଦେଇଛି ତ ଆଉ କେଉଁଠି ବେଡର ଅଭାବ । ସବୁଠୁ ବଡ କଥା ହେଉଛିକି ଦେଶର କେତେକ ସ୍ଥାନରେ ମୃତଦେହ ଦାହ ପାଇଁ ମଧ୍ୟ ଜାଗା ମିଳୁନି । ଏହାରି ମଧ୍ୟରେ 513 ଜଣ ଡାକ୍ତର କୋରୋନାରେ ପ୍ରାଣ ହରାଇଥିବା ତଥ୍ୟ ସାମ୍ନାକୁ ଆସିଛି ।
ଗତ 2 ମାସ ମଧ୍ୟରେ ଦିଲ୍ଲୀରେ ଆଖି ବୁଜିଲେଣି ସର୍ବାଧିକ ଡାକ୍ତର: IMA - ଦ୍ବିତୀୟ ଲହରରେ ଡାକ୍ତରଙ୍କ ମୃତ୍ୟୁ ସଂଖ୍ୟା
ଗତ 2 ମାସ ମଧ୍ୟରେ ମହାମାରୀ କବଳରେ ଦେଶରୁ ଆଖି ବୁଜିଲେଣି 513 ଜଣ ଡାକ୍ତର । ସେଥିମଧ୍ୟରୁ ସର୍ବାଧିକ ଦିଲ୍ଲୀର ଡାକ୍ତର ଥିବା ନେଇ IMA ର ସୂଚନା । ଅଧିକ ପଢନ୍ତୁ...
ଗତ 2 ମସା ମଧ୍ୟରେ ଦିଲ୍ଲୀରୁ ଆଖିବୁଜିଲେଣି ସର୍ବାଧିକ ଡାକ୍ତର ମୃତ: IMA
ତେବେ ମୃତ ଡାକ୍ତରଙ୍କ ମଧ୍ୟରୁ ସର୍ବାଧିକ 103 ଡାକ୍ତର ଦିଲ୍ଲୀରୁ ହୋଇଥିବା ଜଣାପଡିଛି । ଏନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ(IMA) ମଙ୍ଗଳବାର ସୂଚନା ଦେଇଛି । ତଥ୍ୟ ଅନୁଯାୟୀ ଗତ 2 ମାସ ମଧ୍ୟରେ ଦେଶର ମୋଟ 513 ଜଣଙ୍କ ମହାମାରୀରେ ପ୍ରାଣ ଯାଇଛି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଦିଲ୍ଲୀରୁ 103, ବିହାରରୁ 96 ଏବଂ ଉତ୍ତର ପ୍ରଦେଶରୁ 41 ଜଣ ଅଛନ୍ତି ।
ସେହିପରି ରାଜସ୍ଥାନର 39 ଜଣ ଡାକ୍ତରଙ୍କ କୋରୋନା କବଳରେ ପ୍ରାଣହାନୀ ଘଟି ଥିବାବେଳେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଝାଡଖଣ୍ଡରେ 29 ଜଣ ଅଛନ୍ତି ।