ଚଣ୍ଡିଗଡ଼:ବୁଣ୍ଡେଲ ସେକ୍ଟର-45 ରେ ଏକତରଫା ପ୍ରେମ କାରଣରୁ ଜଣେ ହିନ୍ଦୁ ଯୁବତୀକୁ ନିର୍ମମ ଭାବେ ହତ୍ୟା କରିଛି ଜଣେ ଇସଲାମ ଯୁବକ । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବତୀ ଉତ୍ତର ପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଯୁବକ ବିହାରର ମଧୁବନୀ ଅଞ୍ଚଳର ବାସିନ୍ଦା । ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଚଣ୍ଡିଗଡ଼ରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ତାକୁ ସେକ୍ଟର-43 ବସଷ୍ଟାଣ୍ଡ ନିକଟରୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ 25 ବର୍ଷୀୟ ମହମ୍ମଦ ସାରିକ୍ ବୋଲି ପୋଲିସ ସୂଚନା ଦେଇଛି (muslim youth killed hindu girl) ।
ସ୍ଥାନୀୟ ଅଞ୍ଚଳରେ ଭଡାରେ ରହୁଥିବା 18 ବର୍ଷୀୟା ମମତା (ଛଦ୍ମନାମ)ଙ୍କୁ ଏକତରଫା ପ୍ରେମ କରୁଥିଲା ଅଭିଯୁକ୍ତ । ଯୁବକ ବିବାହିତ ହୋଇଥିବା ବେଳେ ମମତା ତାକୁ ବିରୋଧ କରି ଆସୁଥିଲା । ଅଭିଯୁକ୍ତ କିନ୍ତୁ ବାରମ୍ବାର ଯୁବତୀଙ୍କୁ ପ୍ରେମ ନିବେଦନ କରିବା ସହ ହଇରାଣ ମଧ୍ୟ କରୁଥିଲା । ଏହାକୁ ବିରୋଧ କରିବାରୁ ଯୁବତୀଜଣଙ୍କ ଏକାକୀ ଘରେ ଥିବା ବେଳେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଘରେ ପଶି ଆକ୍ରମଣ କରିବା ସହ ହତ୍ୟା କରିଥିଲା । ଯୁବତୀର ସାନଭାଇ ଘରକୁ ଫେରି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଦେଖି ପଡୋଶୀଙ୍କୁ ସୂଚନା ଦେଇଥିଲା । ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।