ଓଡିଶା

odisha

ETV Bharat / bharat

Bharat Mandapam Inauguration: ‘ମୋ ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବ’ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

‘ଭାରତ ମଣ୍ଡପମ’ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । କହିଲେ ତାଙ୍କର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । ଦିଲ୍ଲୀରେ ପ୍ରତିଷ୍ଠା ହେବ ବିଶ୍ବର ସର୍ବବୃହତ୍ତ ସଂଗ୍ରହାଳୟ । ଅଧିକ ପଢନ୍ତୁ

ITPO complex inauguration:‘ ମୋ ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବ’
ITPO complex inauguration:‘ ମୋ ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବ’

By

Published : Jul 26, 2023, 8:49 PM IST

ITPO କମ୍ପଲେକ୍ସରେ ଭବ୍ୟ କାର୍ଯ୍ୟକ୍ରମରେ ଲୋକାର୍ପିତ ହେଲା ‘ଭାରତ ମଣ୍ଡପମ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ 3ୟ କାର୍ଯ୍ୟକାଳରେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ଯବସ୍ଥା ହେବାକୁ ଯାଉଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ବିଶ୍ବର ସର୍ବବୃହତ୍ତ ସଂଗ୍ରହାଳୟ ନିର୍ମାଣ ହେବାକୁ ଯାଉଛି । ନବୀକରଣ ହୋଇଥିବା ITPO କମ୍ପଲେକ୍ସକୁ ଆଜି ନୂତନ ନାମକରଣ ସହ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦେଶର ଅର୍ଥନୈତିକ ଅଗ୍ରଗତି ନେଇ ଏହି ନିଶ୍ଚିତ ବାର୍ତ୍ତା ଦେଇଛନ୍ତି ।

ଏହି କମ୍ପଲେକ୍ସରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ କନଭେନସନ ସେଣ୍ଟର (IECC) ମଧ୍ୟ ଲୋକାର୍ପିତ ହୋଇଛି । ଏହି ଐତିହାସିକ କମ୍ପେଲେକ୍ସର ପରିବର୍ତ୍ତିତ ନାମ ରଖାଯାଇଛି ‘ଭାରତ ମଣ୍ଡପମ’ । ପ୍ରଧାନମନ୍ତ୍ରୀ ଏହାକୁ ଡ୍ରୋନ ସାହାଯ୍ୟରେ ଲୋକାର୍ପଣ କରିବା ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା । ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,‘‘ମୋର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ଭାରତ ବିଶ୍ବର ପ୍ରମୁଖ 3ୟ ଅର୍ଥ ବ୍ୟବସ୍ଥା ମଧ୍ୟରେ ରହିଥିବ,ଏହା ମୋର ଗ୍ୟାରେଣ୍ଟି ମଧ୍ୟ । ମୋର ପ୍ରଥମ କାର୍ଯ୍ୟକାଳରେ ଭାରତ ବିଶ୍ବର 10ମ ବୃହତ୍ତମ ଅର୍ଥବ୍ୟବସ୍ଥା ତାଲିକାରେ ଥିଲା । ପରେ ଏହି କ୍ରମରେ ପରିବର୍ତ୍ତନ ଆସିଲା । ଦ୍ବିତୀୟ ପାଳିରେ ଏହା ବିଶ୍ବର 5 ବୃହତ୍ତମ ଅର୍ଥବ୍ୟବସ୍ଥାରେ ସ୍ଥାନ ପାଇଲା । ଏବେ ମୋର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ଯବସ୍ଥାରେ ପରିଣତ ହେବାକୁ ଯାଉଛି ।’’

ସେହିପରି ଭାରତ ନାମରେ ଆଉ ଏକ ବିଶ୍ବ ରେକର୍ଡ ସାମିଲ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ସଙ୍କେତ ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ନିର୍ମାଣ ହେବାକୁ ଯାଉଛି ବିଶ୍ବର ସର୍ବବୃହତ୍ତ ସଂଗ୍ରହାଳୟ । ଏହି ସଂଗ୍ରହାଳୟ ସମସ୍ତ ଅତ୍ୟାଧୁନିକ ଭିତ୍ତିଭୂମି ସହ ସମଗ୍ର ବିଶ୍ବର ସର୍ବବୃହତ୍ତ ସଂଗ୍ରହାଳୟ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମ ମଞ୍ଚରୁ ପ୍ରଧାନମନ୍ତ୍ରୀ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ କିଛି ଗୋଷ୍ଠୀ ସମସ୍ତ କାର୍ଯ୍ୟରେ ବିରୋଧ କରିଥାନ୍ତି । ସେମାନଙ୍କର ବିରୋଧ କରିବାର ଏକ ପ୍ରବୃତ୍ତି ରହିଛି । ଦିଲ୍ଲୀରେ କର୍ତ୍ତବ୍ୟପଥ ନବୀକରଣ ଓ ନାମକରଣକୁ ମଧ୍ଯ ସେମାନେ ବିରୋଧ କରିଥିଲେ । ସେହିପରି ସେ ଆଜି ନିଜ ସମ୍ବୋଧନରେ କାର୍ଗିଲ ବିଜୟ ଦିବସ କଥା ମନେ ପକାଇ ଯବାନଙ୍କ ବଳିଦାନକୁ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ITPO କମ୍ପ୍ଲେକ୍ସ ପ୍ରକଳ୍ପ ଲୋକାର୍ପିତ, କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ

ଆଜି କାର୍ଯ୍ୟକ୍ରମରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, କେନ୍ଦ୍ରମନ୍ତ୍ରୀ ଡ.ଜିତେନ୍ଦ୍ର ସିଂ, ବିଶିଷ୍ଟ ଅଭିନେତା ଅମିର ଖାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ । ନୂତନ କରି ନିର୍ମାଣ ହୋଇଥିବା ଭବ୍ୟ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ ଶାସ୍ତ୍ରୀୟ ସଙ୍ଗୀତ ଓ ପାରମ୍ପରିକ ନୃତ୍ୟ ଆଦି ପରିବେଷଣ ସମଗ୍ର କାର୍ଯ୍ୟକ୍ରମକୁ ଆହୁରି ମନୋରମ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details