ନୂଆଦିଲ୍ଲୀ: ଭାରତରେ କାର୍ଯ୍ୟରତ ଅଛନ୍ତି 15 ପ୍ରତିଶତରୁ ଅଧିକ ମହିଳା ପାଇଲଟ । ଯାହା ସମଗ୍ର ବିଶ୍ବରେ କୌଣସି ଦେଶର ତୂଳନାତ୍ମକ ସଂଖ୍ୟା ଠାରୁ ଅଧିକ । ଆଜି ଏନେଇ ଗୃହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି । ଅନ୍ୟ ଦେଶରେ କାର୍ଯ୍ୟରତ ମହିଳା ପାଇଲଟଙ୍କ ସଂଖ୍ୟା ଠାରୁ ଭାରତୀୟ ମହିଳା ପାଇଲଟଙ୍କ ସଂଖା ଅପେକ୍ଷାକୃତ ବେସ ଅଧିକ ବୋଲି ଦର୍ଶାଇବା ସହ ଏହାକୁ ମହିଳା ସଶକ୍ତିକରଣର ଏକ ବଳିଷ୍ଠ ଉଦାହରଣ ବୋଲି ସିନ୍ଧିଆ କହିଛନ୍ତି ।
ବିଶ୍ବରେ ସର୍ବାଧିକ କାର୍ଯ୍ୟରତ ମହିଳା ପାଇଲଟ ଭାରତରେ, ସଂଖ୍ୟା 15%ରୁ ଅଧିକ: ସିନ୍ଧିଆ - ଗୃହରେ କେନ୍ଦ୍ର ବେସାମରିକ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆଙ୍କ ବୟାନ
ଭାରତରେ କାର୍ଯ୍ୟରତ 15 ପ୍ରତିଶତରୁ ଅଧିକ ମହିଳା ପାଇଲଟ । ଅନ୍ୟ ଦେଶ ଠାରୁ ଭାରତରେ ମହିଳା ପାଇଲଟଙ୍କ ସଂଖ୍ୟା ଅଧିକ ଥିବା ନେଇ ଗୃହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସୂଚନା । ଅଧିକ ପଢନ୍ତୁ
![ବିଶ୍ବରେ ସର୍ବାଧିକ କାର୍ଯ୍ୟରତ ମହିଳା ପାଇଲଟ ଭାରତରେ, ସଂଖ୍ୟା 15%ରୁ ଅଧିକ: ସିନ୍ଧିଆ ଭାରତରେ କାର୍ଯ୍ୟରତ 15 ପ୍ରତିଶତରୁ ଅଧିକ ମହିଳା ପାଇଲଟ, ଗୃହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସୂଚନା](https://etvbharatimages.akamaized.net/etvbharat/prod-images/768-512-14813813-thumbnail-3x2-hjg.jpg)
ସିନ୍ଧିଆ ଆହୁରି ମଧ୍ୟ କହିଛନ୍ତି, ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ଦିଗରେ ସକରାତ୍ମକ ଫଳାଫଳ ପାଇଁ ଗତ ଦଶନ୍ଧି ମଧ୍ୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ଗତ 20-25 ବର୍ଷ ମଧ୍ୟରେ ମହିଳାଙ୍କ ଅଂଶଗ୍ରହଣ ସଂଖ୍ୟା ବଢାଇବା ପାଇଁ ପଲିସିରେ ଏକାଧିକ ପରିବର୍ତ୍ତନ ମଧ୍ୟ କରାଯାଇଛି । ଗତ କିଛି ବର୍ଷ ପୂର୍ବରୁ ଦେଶରେ କେବଳ ବଡ ସହରରେ ବିମାନ ବନ୍ଦର ଥିଲା । ତେବେ ଏବେ ସେ ଚିତ୍ର ବଦଳିଛି, ପ୍ରତ୍ୟେକ ବଡରୁ ମଧ୍ୟମ ସହରରେ ଉଡାଣ ସୁବିଧା ଉପଲବ୍ଧ ହେବା ସମ୍ଭବ ହୋଇପାରିଛି । ବର୍ତ୍ତମାନ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମଧ୍ୟ ସିନ୍ଧିଆ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ