ଓଡିଶା

odisha

ETV Bharat / bharat

ନାବାଳିକା ଦୁଷ୍କର୍ମ ହତ୍ୟା ମାମଲା: 40 ବର୍ଷରେ ସୁପ୍ରିମକୋର୍ଟରେ 67 ମାମଲା ରୁଜୁ - ସୁପ୍ରିମକୋର୍ଟରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା

16 ବର୍ଷରୁ କମ୍‌ ନାବାଳିକାଙ୍କୁ ହତ୍ୟା ଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟରେ ଗତ 40 ବର୍ଷରେ ମୋଟ 67 ମାମଲା ରୁଜୁ ହୋଇଛି । ସେଥିରୁ 12ଟି ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ।

ନାବାଳିକା ଦୁଷ୍କର୍ମ ହତ୍ୟା ମାମଲା: 40 ବର୍ଷରେ ସୁପ୍ରିମକୋର୍ଟରେ 67 ମାମଲା ରୁଜୁ
ନାବାଳିକା ଦୁଷ୍କର୍ମ ହତ୍ୟା ମାମଲା: 40 ବର୍ଷରେ ସୁପ୍ରିମକୋର୍ଟରେ 67 ମାମଲା ରୁଜୁ

By

Published : Nov 4, 2020, 9:19 AM IST

ନୂଆଦିଲ୍ଲୀ: ଦେଶରେ ନାବାଳିକାଙ୍କ ପ୍ରତି ବଢୁଛି ଅତ୍ୟାଚାର । ସୁରକ୍ଷିତ ନୁହନ୍ତି ନାବାଳିକା । ପ୍ରତିଦିନ ମର୍ଡର, ଦୁଷ୍କର୍ମ ଘଟଣା ଖବରକାଗଜର ଶିରୋନାମା ପାଲଟିଛି । ଗତ 40 ବର୍ଷ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟରେ 16 ବର୍ଷରୁ କମ୍‌ ନାବାଳିକାଙ୍କୁ ହତ୍ୟା ଓ ଦୁଷ୍କର୍ମ ମାମଲାରେ ମାତ୍ର 67 ମାମଲା ରୁଜୁ କରାଯାଇଛି । ସେଥିମଧ୍ୟରୁ ମାତ୍ର 12ଟି ମାମଲାର ବିଚାର କରାଯାଇ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି ।

ଏନେଇ ସୁପ୍ରିମକୋର୍ଟ କହିଛନ୍ତି କି, ଏପର୍ଯ୍ୟନ୍ତ 15ଟି ମାମଲା ବିଚାର କରାଯାଇ ଦଣ୍ଡବିଧାନ କରାଯାଇଛି । ସେଥିରୁ 12ଟି ମାମଲାରେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ବେଳେ ଆଉ 3ଟି ମାମଲାରେ ସମୀକ୍ଷା କରାଯାଇ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି । କୋର୍ଟ ଆହୁରି କହିଛନ୍ତି କି, ମୋଟ 67 ମାମଲାରୁ 16 ବର୍ଷରୁ କମ୍‌ ନାବାଳିକାଙ୍କୁ ହତ୍ୟା ଓ ଦୁଷ୍କର୍ମ ମାମଲାରେ 12ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ।

ତେବେ ମୋଟ ମାମଲାରୁ 51ଟି ମାମଲା 12 ବର୍ଷରୁ କମ୍‌ ନାବାଳିକା ଉପରେ ହୋଇଥିବା ଅତ୍ୟାଚାର ଉପରେ ଆଧାରିତ । ଏହାସହ କୋର୍ଟ ଉଲ୍ଲେଖ କରିଛନ୍ତି କି, ଗତ 2013ରେ ମହାରାଷ୍ଟ୍ରରେ ଜଣେ ଅଢେଇ ବର୍ଷର ଶିଶୁକୁ ଦୁଷ୍କର୍ମ ସହ ହତ୍ୟା କରାଯାଇଥିଲା । ଏଥିରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details