ଦିଶପୁର: ଆସାମରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ । ସେମାନେ କଂଗ୍ରେସ ଛାଡି ବିଜେପିର ହାତ ଧରିବାକୁ ଚଳାଇଛନ୍ତି ପ୍ରସ୍ତୁତି ।
ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା; ବିଜେପିରେ ମିଶିପାରନ୍ତି ଦୁଇ କଂଗ୍ରେସ ବିଧାୟକ - କଂଗ୍ରେସ ବିଧାୟକ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି
ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର କେତେକ ବିଧାୟକ ବିଦ୍ରୋହକୁ ଓହ୍ଲାଇ ଆସିଛନ୍ତି। ଦୁଇ ଜଣ କଂଗ୍ରେସ ବିଧାୟକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ବିଜେପିରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ...
ଆସାମର ଦୁଇ କଂଗ୍ରେସ ବିଧାୟକ ଅମିତ ଶାହାଙ୍କୁ ଭେଟିଛନ୍ତି; ବିଜେପିରେ ସାମିଲ ହେବାକୁ ଇଚ୍ଛା
ଏହି କ୍ରମରେ ଦୁଇ କଂଗ୍ରେସ ବିଧାୟକ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟ ବିଜେପିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା ସୂଚନା ମିଳିଛି ।
ଦୁଇ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହେବା ନେଇ ଆସାମ ରାଜ୍ୟ ବିଜେପି ଅଧ୍ୟକ୍ଷ ରଞ୍ଜୀତ କୁମାର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି,‘ ଦଳର କୋର କମିଟି ଏକ ବୈଠକ କରିଛି । ଏଥିରେ ଯେଉଁ ବିଧାୟକମାନେ ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଡିସେମ୍ବର 30 ତାରିଖ ପୂର୍ବରୁ ବିଜେପିରେ ସାମିଲ କରିବାର ନିଷ୍ପତ୍ତି ନିଆଯାଇଛି ।’