ଓଡିଶା

odisha

ETV Bharat / bharat

200 କୋଟି ଟଙ୍କା ବ୍ୟୟରେ ମଧ୍ୟପ୍ରଦେଶରେ ନିର୍ମାଣ ହେବ ରୂପା ମନ୍ଦିର - ପାଞ୍ଚ ବର୍ଷ ଭିତରେ ଶେଷ କରିବାକୁ ଲକ୍ଷ୍ୟ

ମଧ୍ୟପ୍ରଦେଶର ବନ୍ଦ ଜିଲ୍ଲାରେ 200କୋଟି ଟଙ୍କା ବ୍ୟୟରେ ଏକ ରୂପା ଜୈନ ମନ୍ଦିର ନିର୍ମାଣ ହେବ । ପାଞ୍ଚ ବର୍ଷ ଭିତରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ...

200 କୋଟି ଟଙ୍କା ବ୍ୟୟରେ ମଧ୍ୟପ୍ରଦେଶରେ ନିର୍ମାଣ ହେବ ରୂପା ମନ୍ଦିର
ରୂପା ମନ୍ଦିର

By

Published : Apr 26, 2021, 2:08 PM IST

ଭୋପାଳ:ମଧ୍ୟପ୍ରଦେଶ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ମଧ୍ୟପ୍ରଦେଶର ବନ୍ଦ ଜିଲ୍ଲାରେ 200 କୋଟି ଟଙ୍କା ବ୍ୟୟରେ ଏକ ରୂପା ଜୈନ ମନ୍ଦିର ନିର୍ମାଣ ହେବ । ପାଞ୍ଚ ବର୍ଷ ଭିତରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ମନ୍ଦିର ନିର୍ମାଣ ପାଇଁ ଜୟସଲମରଠାରୁ ସୁନା ଭଳି ଦେଖାଯାଉଥିବା ହଳଦିଆ ମାର୍ବଲ ପଥର ବ୍ୟବହୃତ ହେବ ବୋଲି ଜଣାପଡିଛି । ଏହା ସର୍ବପ୍ରଥମ ରୂପା ମନ୍ଦିର । ଏହାର ନିର୍ମାଣ ପାଇଁ 2018ରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ମନ୍ଦିର ନିର୍ମାଣ ପାଇଁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ସ୍ବପ୍ନ ଦେଖିଥିଲେ । ଏହା ମଧ୍ୟପ୍ରଦେଶର ଟିକାମଘର ଜିଲ୍ଲାଠାରୁ 45 କିଲୋମିଟର ଦୂରରେ ନିର୍ମାଣ ହେବ ।

ମନ୍ଦିର କମିଟି ସଦ୍ୟସ ପ୍ରଦୀପ ଜୈନ କହିଛନ୍ତି ଏହି ମନ୍ଦିର ଅହମଦାବାଦ ସ୍ଥିତ ପ୍ରତ୍ତତତ୍ତ୍ବ ବିଭାଗ ଦ୍ବାରା ଏହାର ଡିଜାଇନ ପ୍ରସ୍ତୁତ ହୋଇଛି । ମନ୍ଦିର ପାଖରେ ଶ୍ରହସକ୍ରୁତ ଜୈନାଳୟ ଗୋଟିଏ ପଥରରେ 1008 ତ୍ରୀଥକରଣ କରାଯିବା ବୋଲି ସୂଚନା ଦେଇଛନ୍ତି କମିଟି ସଦସ୍ୟ । ସେ ଆହୁରି କହିଛନ୍ତି ଏହି ସ୍ଥାନରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ମନ୍ଦିର ନିର୍ମାଣ ପାଇଁ ସ୍ବପ୍ନ ଦେଖିଥିଲେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ । ତାଙ୍କ ଏହି ସ୍ବପ୍ନକୁ ପୂରଣ କରିବାକୁ ଯାଇ ଧାର୍ମିକ ଢାଞ୍ଚାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details