ଓଡିଶା

odisha

ETV Bharat / bharat

Uttar Pradesh: ହିନ୍ଦୁ ରୀତିନୀତିରେ ଫ୍ରାନ୍ସ ନାଗରିକଙ୍କ ଶେଷକୃତ୍ୟ ସମ୍ପନ୍ନ, ତୀର୍ଥଯାତ୍ରାରେ ଆସିଥିଲେ କାଶୀ - ଉତ୍ତର ପ୍ରଦେଶରେ ଫ୍ରାନ୍ସ ନାଗରିକଙ୍କ ଶେଷକୃତ୍ୟ

ଉତ୍ତର ପ୍ରଦେଶ କାଶୀରେ ହିନ୍ଦୁ ରୀତିନୀତିରେ ଫ୍ରାନ୍ସ ନାଗରିକଙ୍କ ଶେଷକୃତ୍ୟ ସମ୍ପନ୍ନ କଲା ପ୍ରଶାସନ । ତୀର୍ଥଯାତ୍ରାରେ ଆସିଥିଲେ କାଶୀ । ଶେଷ ଜୀବନ ଏଠାରେ କାଟିବାକୁ ଥିଲା ଇଚ୍ଛା । ଅଧିକ ପଢନ୍ତୁ

ହିନ୍ଦୁ ରୀତିନୀତିରେ ଫ୍ରାନ୍ସ ନାଗରିକଙ୍କ ଶେଷକୃତ୍ୟ, ତୀର୍ଥଯାତ୍ରାରେ ଆସିଥିଲେ କାଶୀ
ହିନ୍ଦୁ ରୀତିନୀତିରେ ଫ୍ରାନ୍ସ ନାଗରିକଙ୍କ ଶେଷକୃତ୍ୟ, ତୀର୍ଥଯାତ୍ରାରେ ଆସିଥିଲେ କାଶୀ

By ETV Bharat Odisha Team

Published : Nov 11, 2023, 9:00 PM IST

ଲକ୍ଷ୍ନୌ:ଉତ୍ତର ପ୍ରଦେଶର ଆଧ୍ୟାତ୍ମିକ ସହର ବାରାଣସୀ (କାଶୀ)ରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ଜଣେ ଫ୍ରାନ୍ସ ନାଗରିକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ନାମ ମାଇକେଲ ବୋଲି ଜଣାପଡିଛି । ତୀର୍ଥଯାତ୍ରାରେ ବାରାଣସୀ ଆସିଥିବା ଏହି ବିଦେଶୀ ଶ୍ରଦ୍ଧାଳୁଙ୍କର ଗତ 3 ଦିନ ତଳେ ଦେହାନ୍ତ ହୋଇଥିଲା । ତାଙ୍କ ମୃତଦେହକୁ କାଶୀ ବିଶ୍ବବିଦ୍ୟାଳୟ ପରିସରରେ ଥିବା ମୃତଦେହ ସଂରକ୍ଷଣ କେନ୍ଦ୍ରରେ ରଖାଯାଇଥିଲା । ଆଜି ସ୍ଥାନୀୟ ପ୍ରଶାସନ କାଶୀର ପ୍ରସିଦ୍ଧ ହରିଶ୍ଚନ୍ଦ୍ର ଘାଟରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ଶେଷ କରିଛି । ଜଣେ ବିଦେଶୀ ତୀର୍ଥଯାତ୍ରୀଙ୍କ ଅନ୍ତିମ ସଂସ୍କାର ଆଧ୍ୟାତ୍ମିକ ସହର କାଶୀରେ କରାଯିବା, ଦେଶର ପ୍ରଥମ ଘଟଣା ବୋଲି କୁହାଯାଉଛି ।

ତେବେ ସୂଚନା ଅନୁସାରେ, ଏହି ବିଦେଶୀ ନାଗରିକ ମାଇକେଲ ନିଜର ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ସମ୍ପର୍କରେ ଜାଣିଥିଲେ । ମାତ୍ର ହିନ୍ଦୁ ବିଶ୍ବାସ ଅନୁସାରେ କାଶୀରେ ଦେହାନ୍ତ ହେଲେ ମୋକ୍ଷ ପ୍ରାପ୍ତି ହେବାର ପରମ୍ପରା ବିଷୟରେ ସେ ଜାଣିବାକୁ ପାଇଁ ଫ୍ରାନ୍ସ ଫେରିବାକୁ ଚାହିଁନଥିଲେ । ସେ ତାଙ୍କ ଶେଷ ସମୟ ଏହି ଆଧ୍ୟାତ୍ମିକ ସହରରେ କାଟିବାର ନିଷ୍ପତ୍ତି ନେଇଥିଲେ । କାଶୀରେ ଗତ 20 ଦିନ ହେବ ଏକ ଗେଷ୍ଟହାଉସରେ ରହୁଥିବା ଏହି ବିଦେଶୀ ତୀର୍ଥଯାତ୍ରୀ ଗତ ପ୍ରାୟ 10 ଦିନ ହେବ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ ସେଠାରୁ ଫେରି ପ୍ରଶାସନ ବ୍ୟବସ୍ଥା କରିଥିବା ଏକ ଆଶ୍ରମରେ ରହିଥିଲେ ।

ଗତ ତିନି ଦିନ ତଳେ ତାଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ତାଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ, ଆଜି ହରିଶ୍ଚନ୍ଦ୍ର ଘାଟରେ ଶେଷ କରିଛି । ସ୍ଥାନୀୟ ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଶେଷକୃତ୍ୟ ସମ୍ପନ୍ନର ସମସ୍ତ ଖର୍ଚ୍ଚ ବାରାଣସୀ କମିଶନର କୌଶଲ ରାଜ ଶର୍ମା ବହନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Telangana: ପୋଷ୍ଟରରେ କଟାକ୍ଷ, ମୋଦିଙ୍କ ଇସାରାରେ ନାଚୁଛନ୍ତି KCR ଓ ଓଓ୍ବେସୀ

ଭାରତୀୟ ଆଧାତ୍ମିକତାରେ ବାରାଣସୀ (କାଶୀ) ସହରର ପ୍ରମୁଖ ଭୂମିକା ରହିଛି । ଏହାକୁ ଆଧ୍ୟାତ୍ମିକ ବା ମୋକ୍ଷର ସହର ମଧ୍ୟ କୁହାଯାଏ । ଦେଶ ଓ ବିଦେଶରୁ ହିନ୍ଦୁ ଧର୍ମାବଲମ୍ବୀମାନେ କାଶୀକୁ ତୀର୍ଥଯାତ୍ରା କରନ୍ତି । ବାର୍ଷିକ ଲକ୍ଷାଧିକ ଶ୍ରଦ୍ଧାଳୁ କାଶୀ ପରିଭ୍ରମଣ କରିବା ସହ ସେଠାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ମଧ୍ୟ ଦାନ କରନ୍ତି । କାଶୀରେ ଅନ୍ତିମ ସଂସ୍କାର କଲେ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ମଧ୍ୟ ଭାରତରେ ରହିଛି । ଏବେ ଏହି କ୍ରମରେ ବିଦେଶୀମାନେ ମଧ୍ୟ ସାମିଲ ହେବାରେ ଲାଗିଛନ୍ତି । ହଜାର ହଜାର ବିଦେଶୀ ତୀର୍ଥଯାତ୍ରୀ ମଧ୍ୟ ପ୍ରତିବର୍ଷ କାଶୀ ପରିଭ୍ରମଣରେ ଆସୁଥିବା ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details