ଇସଲାମାବାଦ:ପାକିସ୍ତାନରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ଟଳମଳ ହେଉଥିବା ବେଳେ ଅନାସ୍ଥା ପୂର୍ବରୁ ସେ ଗାଦି ଛାଡିପାରନ୍ତି ବୋଲି ଚର୍ଚ୍ଚା ଲାଗିରହିଛି । ତେବେ ଏହା ପୂର୍ବରୁ ଇମ୍ରାନ ଦମ୍ଭୋକ୍ତି ଦେଖାଇଛନ୍ତି । ଆସନ୍ନ ପଦଚ୍ୟୁତ ଜାଣି ମଧ୍ୟ ଅନାସ୍ଥା ପୂର୍ବରୁ କୌଣସି ପରିସ୍ଥିତିରେ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଇମ୍ରାନ କହିଛନ୍ତି ।
ଶୁକ୍ରବାର ସଂସଦରେ ଅନାସ୍ଥାର ସାମ୍ନା କରିବାକୁ ଯାଉଥିବା ଇମ୍ରାନ ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି । ବିରୋଧୀ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛନ୍ତି । କିନ୍ତୁ ବିରୋଧୀ ସମସ୍ତ ଶକ୍ତି ଲଗାଇଲେ ମଧ୍ୟ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ କରିପାରିବେ ନାହିଁ ବୋଲି ଗଣମାଧ୍ୟକୁ ଦମ୍ଭୋକ୍ତି ଦେଖାଇଛନ୍ତି ଇମ୍ରାନ। ସେହିପରି ଅନାସ୍ଥା ପ୍ରସ୍ତାବ ପୂର୍ବରୁ ସେ ଇସ୍ତଫା ପାଇଁ ପ୍ରସ୍ତୁତ ହେଉଥିବା ପ୍ରଶ୍ନକୁ ଇମ୍ରାନ ଖଣ୍ଡନ କରିବା ସହ କୌଣସି ପରିସ୍ଥିତିରେ ଅନାସ୍ଥା ପୂର୍ବରୁ ସେ ଇସ୍ଥାଫା ଦେବା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।