ଇସଲାମାବାଦ:ଭାରତର ବୈଦେଶିକ ନୀତିକୁ ପାକିସ୍ତାନର ପ୍ରଶଂସା । ଭାରତର ଏପରି ନୀତି ସ୍ବାଧୀନ ଏବଂ ଲୋକଙ୍କ ଉନ୍ନତି ପାଇଁ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ନିଜ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବାକୁ ଯାଉଥିବା ଇମ୍ରାନଙ୍କ ସତ୍ତା ବଜାୟ ରଖିବା ନେଇ ସନ୍ଦେହ ଲାଗି ରହିଥିବାବେଳେ ଏକ ଜନସଭାରେ ଭାରତ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଇମ୍ରାନ ।
ଖାଇବର ପାଖ୍ତୁନାଖୱାର ମାଲାକାଣ୍ଡ ଅଞ୍ଚଳରେ ଆୟୋଜିତ ଏକ ଜନ ସମାବେଶରେ ଇମ୍ରାନ ଖାନ ଭାରତକୁ ପ୍ରଶଂସା କରିଛନ୍ତି । ଇମ୍ରାନ କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ସତ୍ତ୍ବେ ମଧ୍ୟ ଋଷରୁ ତୈଳ ଆମଦାନୀ କରିବ ଭାରତ । ଭାରତ ଆମେରିକାର ସହଯୋଗୀ ଭାବେ ମଧ୍ୟ ରହିଛି, ଅନ୍ୟପଟେ ଋଷ ସହ ମଧ୍ୟ ପୂର୍ବ ସମ୍ପର୍କ ମଧ୍ୟ ବଜାୟ ରଖିଛି । ଏହା ଭାରତର ନିଜସ୍ବ ତଥା ସ୍ବାଧୀନ ବୈଦେଶିକ ନୀତି, ଯାହାକୁ ସେ ସମର୍ଥନ କରୁଛନ୍ତି ବୋଲି କହିଥିଲେ ।