ଓଡିଶା

odisha

ETV Bharat / bharat

Pakistan crisis: ଅନାସ୍ଥା ପୂର୍ବରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲେ ଇମ୍ରାନ

ଅନାସ୍ଥା ପୂର୍ବରୁ ଶେଷ କାର୍ଡ ଖେଳିଲେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଦେଶବ୍ୟାପୀ ଲୋକଙ୍କୁ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ କଲେ ନିବେଦନ । ଅଧିକ ପଢନ୍ତୁ

ଅନାସ୍ଥା ପୂର୍ବରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲେ ଇମ୍ରାନ
ଅନାସ୍ଥା ପୂର୍ବରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲେ ଇମ୍ରାନ

By

Published : Apr 2, 2022, 9:27 PM IST

ଇସଲାମାବାଦ: ପାକିସ୍ତାନ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଗାଦି ଟଳମଳ ହେଉଥିବାବେଳେ କ୍ଷମତା ପରବର୍ତ୍ତନ ନେଇ ବିରୋଧୀ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଏପରି ସ୍ଥଳେ ଗୋଟିଏ ପରେ ଗୋଟିଏ ଦମ୍ଭୋକ୍ତି ଦେଖାଇବାରେ ଲାଗିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ । ଅନ୍ୟପଟେ ଅନାସ୍ଥା ପ୍ରସ୍ତାବ ସଂସଦରେ ଆଗତ ହୋଇସାରିଥିବା ବେଳେ 3 ତାରିଖରେ ଭୋଟିଂ ହେବାକୁ ଯାଉଛି । ଏହା ପୂର୍ବରୁ ନିଜ ଗାଦି ବଞ୍ଚାଇବାର ଶେଷ କାର୍ଡ ଖେଳିଛନ୍ତି ଇମ୍ରାନ ଖାନ । ପୂର୍ବରୁ ନିଜ ବିରୋଧରେ ବିଦେଶୀ ଷଡଯନ୍ତ୍ର କହି ଦେଶବାସୀଙ୍କ ସମର୍ଥନ ହାସଲ କରିବାକୁ ପ୍ରୟାସ କରିସାରିଥିବା ଇମ୍ରାନ ଏବେ ଅନାସ୍ଥା ପୂର୍ବରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି ।

ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ବିରୋଧରେ ପ୍ରତିବାଦ ସ୍ବରୂପ ଆଜି ଓ ଆସନ୍ତକାଲି ଦୁଇ ଦିନ ଆନ୍ଦୋଳନ କରିବା ପାଇଁ ସେ ଦେଶବାସୀଙ୍କୁ ଅହ୍ବାନ ଦେଇଥିବା ଦେଖିବାକୁ ମିଳିଛି । ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ପ୍ରୟାସରେ ବେସ ଭାବପ୍ରବଣ ମଧ୍ୟ ହୋଇଛନ୍ତି ଇମ୍ରାନ । ସେ ଅନ୍ୟ କୌଣସି ଦେଶରେ ଥିଲେ ତାଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଭୟଙ୍କର ଏପରି ଷଡଯନ୍ତ୍ର ବିରୋଧରେ ଲୋକେ ସ୍ବତଃପ୍ରତଃ ଭାବେ ରାସ୍ତାକୁ ଓହ୍ଲାଇ ବିରୋଧ କରିଥାନ୍ତେ ବୋଲି କହିଛନ୍ତି ଇମ୍ରାନ । ତେଣୁ ବର୍ତ୍ତମାନ ସ୍ଥିତିରେ ଦେଶର ସ୍ବାର୍ଥ ଲାଗି ଆପଣ ସମସ୍ତଙ୍କୁ ରାସ୍ତାକୁ ଓହ୍ଲାଇବା ପାଇଁ ମୁଁ ଆହ୍ବାନ କରୁଛି ବୋଲି କହିଛନ୍ତି ଇମ୍ରାନ ।

ଏସବୁ ଚର୍ଚ୍ଚା ମଧ୍ୟରେ ଆସନ୍ତାକାଲି ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ବିରୋଧୀ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବାକୁ ଯାଉଛି । ଅନାସ୍ଥା ପୂର୍ବରୁ କୌଣସି ପରିସ୍ଥିତିରେ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିସାରିଥିବା ଇମ୍ରାନ ନିଜ ଦଳୀୟ ସାଂସଦଙ୍କ ବିରୋଧରେ କଠୋର ଆଭିମୁଖ୍ଯ ମଧ୍ୟ ଗ୍ରହଣ କରିଛନ୍ତି । ଆସନ୍ତାକାଲି ହେବାକୁ ଥିବା ଭୋଟିଂରେ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ତାଙ୍କ ବିପକ୍ଷରେ ଭୋଟ ଦେଲେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେବା ନେଇ ଚେତାବନୀ ମଧ୍ୟ ଦେଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details