ବୟସ ହୋଇଗଲେ ଏକାଧିକ ରୋଗ ମାଡିବସେ । ତେଣୁ ବୃଦ୍ଧାବସ୍ଥା ସମସ୍ତଙ୍କ ପାଇଁ ଏକ ଆହ୍ୱାନମୂଳକ ପର୍ଯ୍ୟାୟ । ବୃଦ୍ଧାବସ୍ଥାରେ ବ୍ୟକ୍ତିକୁ ଆବଶ୍ୟକଠାରୁ ଅଧିକ ସତର୍କତାର ସହ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିଥାଏ । ବୃଦ୍ଧାବସ୍ଥାରେ ବିଶେଷ କରି ଶ୍ୱସନ ଓ ହାଡ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହୁଏ । ଅନେକ ବୟସ୍କ ଲୋକ ରେସପିରେଟରି , ଏକ୍ସକ୍ରେଟରି ଓ ନର୍ଭସ ସିଷ୍ଟମ ବିଫଳତାର ସମ୍ମୁଖୀନ ହୁଅନ୍ତି । ଥଣ୍ଡା, କଫ, କାଶ ଭଳି ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ନିୟମିତ ଦେଖାଯାଏ । ବୃଦ୍ଧାବସ୍ଥାର ସାଧାରଣ ରୋଗଗୁଡିକ ପାଇଁ ଆୟୁର୍ବେଦୀୟ ଉପଚାର ରହିଛି ।
. କଫ ଦୂର ହେବା ଯାଏଁ ୫ରୁ ୧୦ ଏମଏଲ ମହୁରେ ସେତିକି ପରିମାଣର ହିଁ ହରିତକିଚୂର୍ଣ୍ଣ ମିଶାଇ ପିଅନ୍ତୁ
. ମହୁ ବା ଗରମ ପାଣିରେ ୨ରୁ ୩ ଗ୍ରାମ ତ୍ରିକଟୁଚୂର୍ଣ୍ଣ ମିଶାଇ ସେବନ କରନ୍ତୁ
. ସ୍ମୋକର୍ସ କଫର ମୁକାବିଲା ପାଇଁ ବସକାନ୍ତକାରିଲୈହମ ୧୦ ଗ୍ରାମ ଖାଆନ୍ତୁ
. ଗଳା ସଫା ପାଇଁ ସୀତାଫଳାଦିଚୂର୍ଣ୍ଣ ବା ତାଲିସାଦିଚୂର୍ଣ୍ଣ ନିଅନ୍ତୁ ବୟସ ବଢିବା ସହ ହାଡ ଓ ମାଂସପେଶୀ ସାମର୍ଥ୍ୟ ହରାଇଥାଆନ୍ତି । ଗଣ୍ଠିବାତ ଜନିତ ଯନ୍ତ୍ରଣା ବି କଷ୍ଟ ଦିଏ । ଫଳରେ ସହଜରେ ଚଳପ୍ରଚଳ କରିବା କଷ୍ଟ ହୁଏ । ଏସବୁର ଉପଚାର ହେଲା –
- ପ୍ରଭାବିତ ଜଏଂଟସରେ ଦିନକୁ ଦୁଇ ଥର କର୍ପୁରାଦି ତୈଳ ପ୍ରୟୋଗ କରନ୍ତୁ
- ଯନ୍ତ୍ରଣା ଅଧିକ ହେଲେ ନିର୍ଗୁଣ୍ଡି ତୈଳ ଦିନକୁ ଦୁଇ ଥର ମାଲିସ କରନ୍ତୁ
- ତ୍ରିୟୋଦଶାଙ୍ଗଗୁଗୁଲୁ ବଟିକା ଦିନକୁ ଦୁଇ ଥର ନିଅନ୍ତୁ ବୃଦ୍ଧାବସ୍ଥାରେ ପୁରୁଷଙ୍କଠାରେ ୟୁରିନ ଫ୍ଲୋ, ଫ୍ରିକ୍ୱେଂଟ ୟୁରିନେସନ ଭଳି ସମସ୍ୟା ଦେଖାଯାଏ । ମହିଳାଙ୍କଠାରେ ସ୍କାଂଟି ମେନଷ୍ଟ୍ରୁଏସନ ଓ ଦୀର୍ଘକାଳୀନ ମେନଷ୍ଟ୍ରୁଏସନ ଦେଖାଯାଏ । ଏଥିପାଇଁ ନିମ୍ନଲିଖିତ ଚିକିତ୍ସା ଉପଚାର ଅବଲମ୍ବନ କରାଯାଇପାରେ ।
. ୧୦୦ ଏମଏଲ ପାଣିରେ ୫ ଗ୍ରାମ ଧନିଆ ପାଉଡର ୧୨ ଘଂଟା ଭିଜାଇ ରଖନ୍ତୁ । ଏହାତୁ ଛାଣି ଦିନକୁ ଦୁଇ ଥର ପିଅନ୍ତୁ
. ଏକ ମାସ ଧରି ଦିନକୁ ୨ଟି ଚନ୍ଦ୍ରପ୍ରଭାବତୀ ଟାବଲେଟ ନିଅନ୍ତୁ ବୃଦ୍ଧାବସ୍ଥାରେ ପାର୍କିନସନ ଡିଜିଜ୍, ଆଲଝେଇମର୍ସ ଡିଜିଜ୍, ନିଦ୍ରାହୀନତା, ମଧୁମେହ, ବ୍ୟଗ୍ରତା, ଅବସାଦ ଓ ଡିମେନସିଆ ଭଳି ରୋଗ ବି ଦେଖାଦେଇଥାଏ । ଏହାଛଚା ମାୟୋପିଆ ଗ୍ଲାଉକୋମା, ବଧିରତା ଭଳି ରୋଗ ବି ହୋଇଥାଏ । ଏସବୁର ଉପଚାର ପାଇଁ ବି ଆୟୁର୍ବେଦୀୟ ଉପାୟ ରହିଛି ।
. ଶକ୍ତିହୀନତା ଓ ଦୁର୍ବଳତା ଏଡାଇବା ପାଇଁ ୫ ଗ୍ରାମ ଅଶ୍ୱଗନ୍ଧରସାୟନ ୧୦୦ ଏମଏଲ ଉଷୁମ କ୍ଷୀରରେ ମିଶାଇ ଦିନକୁ ଦୁଇ ଥର ପିଅନ୍ତୁ