ଓଡିଶା

odisha

ETV Bharat / bharat

Manipur in Mann Ki Baat: ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ତାତିଲେ ରାଜ୍ୟବାସୀ, ଭାଙ୍ଗିଲେ ରେଡିଓ - ମଣିପୁର ପ୍ରସଙ୍ଗ

ମଣିପୁର ପ୍ରସଙ୍ଗକୁ ନେଇ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀରବତାକୁ ନେଇ ରାଜ୍ୟବାସୀଙ୍କ ବିକ୍ଷୋଭ । ମଣିପୁରରେ ରେଡିଓ ଭାଙ୍ଗିଲେ ଲୋକେ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 18, 2023, 7:03 PM IST

ଇମ୍ଫାଲ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକିଆ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍‌'ର ଆଜି ଥିଲା 102ତମ ସଂସ୍କରଣ । ତେବେ ମୋଦି ମଣିପୁର ହିଂସା ପ୍ରସଙ୍ଗରେ କୌଣସି ଆଲୋଚନା କରିନଥିବା ବେଳେ ଏହାକୁ ନେଇ ରାଜନୀତି ମହଲରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ମଣିପୁରବାସୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଏନେଇ ରାଜ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଛି । ଲୋକମାନେ ରେଡିଓ ଭାଙ୍ଗି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି ।

ଅଲ ଇଣ୍ଡିଆ ରେଡିଓ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମକୁ ପ୍ରସାରିତ କରାଯାଏ । ଚଳିତ ମାସ ଶେଷ ରବିବାର ପରିବର୍ତ୍ତେ ଏହି କାର୍ଯ୍ୟକ୍ରମ 3ୟ ରବିବାରରେ ପ୍ରସାରିତ ହୋଇଛି । ଏହି ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମାସ ସାରା ଦେଶରେ ଘଟିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥାନ୍ତି । ଏପଟେ ମଣିପୁର ହିଂସା ଥମିବାର ନାଁ ନେଉନଥିବା ବେଳେ ମୋଦି ଏହି ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ରଖିନଥିଲେ । ଏହି ହିଂସାକାଣ୍ଡରେ ଏଯାବତ 100 ଜଣଙ୍କ ଜୀବନ ହାନି ଘଟିଥିବା ବେଳେ କୋଟିକୋଟି ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ମଉନ ବ୍ରତକୁ ଉତ୍ତରାଞ୍ଚଳ ରାଜ୍ୟବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି ।

ଏହା ବି ପଢନ୍ତୁ- Mann Ki Baat: ଏଥର ଶେଷ ନୁହେଁ ତୃତୀୟ ରବିବାର ମନ୍ କି ବାତ୍, ଆଜି ମନ କଥା କହିବେ ମୋଦି

ମନ କି ବାତ୍‌ କାର୍ଯ୍ୟକ୍ରମ ପରେ ରାଜ୍ୟବାସୀ ରେଡିଓ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଏ ନେଇ ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଇମ୍ଫାଲ ୱେଷ୍ଟରେ ମହିଳାଙ୍କ ସମେତ କିଛଇ ବ୍ୟକ୍ତି ରାସ୍ତା ମଝିରେ ରେଡିଓ ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମ ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଖାଲି ରାଜ୍ୟବାସୀ ନୁହେଁ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ରାଜନୈତିକ ଉଷ୍ମତା ସୃଷ୍ଟି ହୋଇଛି । କଂଗ୍ରେସ ଏନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛି ।

ବରିଷ୍ଠ କଂଗ୍ରେସ ନେତା ଜୟରାମ ପ୍ରକାଶ କହିଛନ୍ତି, "ଆଉ ଏକ ମନ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଉନ ବ୍ରତ । ଆଜି ପ୍ରଧାନମନ୍ତ୍ରୀଙ୍କ ଦେଶରେ ବିପର୍ଯ୍ୟୟ ପରିଚାଳନାକୁ ପ୍ରଂଶସିତ କରିଥିଲେ । ହେଲେ ମଣିପୁରରେ ମନୁଷ୍ୟକୃତ ବିପର୍ଯ୍ୟୟ ସମ୍ପର୍କରେ କାହିଁକି ଚୁପ୍‌ ରହିଲେ ? ଏପରିକି ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ଅପିଲ କଲେ ନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଦେଶର ପ୍ରଧାନମନ୍ତ୍ରୀ ମଣିପୁର ବାସୀଙ୍କ ସମ୍ପର୍କରେ ଚିନ୍ତା କରନ୍ତି ତ ?"

ସେହିପରି ଟିଏମସି ମଧ୍ୟ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛି । ଟିଏମସି ଲୋକସଭା ସାଂସଦ ମହୁଆ ମୋଇତ୍ର କହିଛନ୍ତି, "ଏହା ମନ କି ବାତ ନୁହେଁ, ବର୍ତ୍ତମାନର ସମୟ ହେଉଛି ମଣିପୁର କି ବାତ୍‌ । ମନ କି ବାତ ଏବେ ଅଧିକ ହୋଇଗଲା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବା ଉଚିତ ।"

ABOUT THE AUTHOR

...view details