ଓଡିଶା

odisha

ETV Bharat / bharat

ଟ୍ରାକ୍‌କୁ ଫେରିବ ଦେଶର ଅର୍ଥନୀତି, ଆର୍ଥିକ ଅଭିବୃଦ୍ଧି ଆକଳନ ଉପରେ କାଏମ IMF - imf

ଚଳିତ ଆର୍ଥିକ ବର୍ଷରେ 9.5% ସହ ସୁଦୃଢ ହେବ ଭାରତର ଆର୍ଥିକ ମେରୁଦଣ୍ଡ । ଟ୍ରାକକୁ ଫେରିବ ଦେଶର ଅର୍ଥନୀତି । ୨୦୨୨ରେ ଆର୍ଥିକ ଅଭିବୃଦ୍ଧି ନେଇ ନିଜ ଆକଳରେ କାଏମ ରହିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (IMF) । ଅଧିକ ପଢନ୍ତୁ...

ଟ୍ରାକ୍‌କୁ ଫେରିବ ଦେଶର ଅର୍ଥନୀତି, ଆର୍ଥିକ ଅଭିବୃଦ୍ଧି ଅନୁମାନ ଉପରେ କାଏମ IMF
ଟ୍ରାକ୍‌କୁ ଫେରିବ ଦେଶର ଅର୍ଥନୀତି, ଆର୍ଥିକ ଅଭିବୃଦ୍ଧି ଅନୁମାନ ଉପରେ କାଏମ IMF

By

Published : Oct 12, 2021, 9:16 PM IST

ନୂଆଦିଲ୍ଲୀ: ୨୦୨୨ରେ ଆର୍ଥିକ ଅଭିବୃଦ୍ଧି ନେଇ ନିଜ ଆକଳନରେ କାଏମ ରହିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ( IMF) । ଚଳିତ ଆର୍ଥିକ ବର୍ଷରେ 9.5% ପ୍ରତିଶତ ସହ ସୁଦୃଢ ହେବ ଭାରତର ଆର୍ଥିକ ମେରୁଦଣ୍ଡ । ଟ୍ରାକକୁ ଫେରିବ ଦେଶର ଅର୍ଥନୀତି । ବର୍ଷ 2020ରେ -7 ଉପରେ ଥିଲା ଆର୍ଥିକ ଅଭିବୃଦ୍ଧି ।

2022-23 ଆର୍ଥିକ ବର୍ଷ ପାଇଁ ମଧ୍ୟ ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନ 8.5 ପ୍ରତିଶତରେ ରଖାଯାଇଛି । ରିପୋର୍ଟ ଅନୁଯାୟୀ, 2026-27 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଅର୍ଥନୀତି 6.1 ପ୍ରତିଶତ ହାରରେ ବୃଦ୍ଧି ପାଇବ ।

ମୁଦ୍ରାସ୍ଫୀତି ସମ୍ପର୍କରେ ଆଇଏମଏଫ ମଧ୍ୟ ଏକ ବଡ ବିବୃତ୍ତି ଦେଇଛି । ଭାରତର ଖୁଚୁରା ମୁଦ୍ରାସ୍ଫୀତି ଚଳିତ ଆର୍ଥିକ ବର୍ଷରେ 5.6 ପ୍ରତିଶତ ଏବଂ 2022-23 ଆର୍ଥିକ ବର୍ଷରେ 4.9 ପ୍ରତିଶତ ହେବ। ଅନ୍ୟପକ୍ଷେ ମୁଦ୍ରା ନୀତି କମିଟିର ବୈଠକରେ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର 5.3 ପ୍ରତିଶତ ଆକଳନ କରିଛି।

ଭାରତୀୟ ଅର୍ଥନୀତି ବିଷୟରେ ଆଇଏମ୍ଏଫ୍ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି ଯେ କରୋନାର ଦ୍ବିତୀୟ ଲହରୀ ପରେ ଭାରତୀୟ ଅର୍ଥନୀତିର ପୁନରୁଦ୍ଧାର ହେଉଛି । ଦ୍ବିତୀୟ ଲହରୀ ଯୋଗୁଁ ଜୁଲାଇ ମାସରେ ଅଭିବୃଦ୍ଧି ହାର ଅନୁମାନ ହ୍ରାସ ପାଇଥିଲା, କିନ୍ତୁ ବର୍ତ୍ତମାନ ଏହି ଅନୁମାନକୁ ଅପରିବର୍ତ୍ତିତ ରଖାଯାଇଛି । ଏହା ବ୍ୟତୀତ ଟୀକାକରଣର ଗତି ପାଇଁ ଭାରତକୁ ପ୍ରଶଂସା କରିଛନ୍ତି ଗୀତା ।

ABOUT THE AUTHOR

...view details