ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶରେ ପ୍ରବେଶ କରୁଥିବାରୁ ବିଭିନ୍ନ ରାଜ୍ୟରେ ବର୍ଷା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହା ପ୍ରଭାବରେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ହରିୟାଣାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ଆଇଏମଡି ଏନେଇ ସତର୍କ ସୂଚନା ଜାରି କରିଛନ୍ତି ।
ଆଇଏମଡିଙ୍କ ସୂଚନା ଅନୁଯାୟୀ ଯମୁନାନଗର, କୁରୁକ୍ଷେତ୍ର, କୈଥଲ, କର୍ଣ୍ଣଲ, ପାନିପଥ, ଗାନ୍ନାଉର, ଫତେହାବାଦ, ବାରୱାଲା, ନରୱାନା, ରାଜଉନ୍ଦ, ଆସନ୍ଧ, ସଫିଡନ୍, ଜିନ୍ଦ, ଗୋହାନା, ହିସର, ହାନସି, ମେହାମ ଅଞ୍ଚଳରେ ପବନ, ବର୍ଷା ସାଙ୍ଗକୁ ବଜ୍ରପାତ ହେବା ନେଇ ସମ୍ଭାବନା ରହିଛି ।