ଓଡିଶା

odisha

ETV Bharat / bharat

Biparjoy: ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଦେଇ ଅତିକ୍ରମ କରିବ ବିପର୍ଯ୍ୟୟ, ଗୁଜୁରାଟକୁ ଅରେଞ୍ଜ ୱାର୍ଣ୍ଣିଂ - extremely Severe Cyclonic Storm

ଜୁନ 15ରରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଦେଇ ଅତିକ୍ରମ କରିବ ବାତ୍ୟା ବିପର୍ଯ୍ୟୟ । ଏହି ସମୟରେ ଗୁଜୁରାଟରେ ପ୍ରବଳ ବର୍ଷ ସହ 150 କିଲୋମିଟର ବେଗରେ ପବନ ବହିବ । ଗୁଜୁରାଟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବାତ୍ୟା ପ୍ରସ୍ତୁତି । ଅଧିକ ପଢନ୍ତୁ

Cyclone Biparjoy
Cyclone Biparjoy

By

Published : Jun 12, 2023, 11:00 AM IST

Updated : Jun 12, 2023, 11:37 AM IST

IMD issues cyclone alert in Gujarat

ଗାନ୍ଧୀନଗର:ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଧିରେ ଧିରେ ଭୟଙ୍କର ରୂପ ନେଉଛି । ଆସନ୍ତା 15 ତାରିଖ ସୁଦ୍ଧା ଏହା ଗୁଜୁରାଟର ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଛୁଇଁବ । ଏହି ସମୟରେ ପବନର ଘଣ୍ଟାପ୍ରତି ପବନର ବେଗ 150 କିଲୋମିଟର ରହିବ ସହ ପ୍ରବଳ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ଏହି ଦୁଇଟି ସ୍ଥାନକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ବାତ୍ୟା ବିପର୍ଯ୍ୟୟ ଜୁନ 15 ତାରିଖରେ କଚ୍ଛ ଜିଲ୍ଲା ଏବଂ ପାକିସ୍ତାନର କରାଚି ଉପକୂଳ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ବାତ୍ୟା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଗୁଜୁରାଟ ସରକାର । ଉପକୂଳବର୍ତ୍ତୀ ଅଞ୍ଚଳରେ ଏନଡିଆରଏଫ ଏବଂ ଏସଡିଆରଫ ଦଳ ନିୟୋଜିତ କରାଯାଇଛି । ସେହିପରି 6 ଜିଲ୍ଲାରେ ବାତ୍ୟା ଆଶ୍ରଳ ସ୍ଥଳ ପ୍ରସ୍ତୁତ କରାଯାଇଛି ।

ବାତ୍ୟା ବିପର୍ଯ୍ୟୟ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆଗାମୀ ଦିନରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯିବ । ଏହାର ପ୍ରଭାବରେ ଆସନ୍ତା ଜୁନ୍ 13 ରୁ 15 ମଧ୍ୟରେ କୁଚ୍ଛ, ଜାମନଗର, ମୋର୍ବି, ଗିର୍ ସୋମନାଥ, ପୋରବନ୍ଦର, ଏବଂ ଦେବଭୋମୀ ଦ୍ୱାରକା ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ 150 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ କହିଛି ଯେ, ବିପର୍ଯ୍ୟୟ ଜୁନ୍ 15 ଅପରାହ୍ନରେ ସୌରାଷ୍ଟ୍ର-କଚ୍ଛ ଏବଂ କରାଚି ଉପକୂଳ ଦେଇ ଗତି କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ 125-130 ବା ସର୍ବାଧିକ 150 କିଲୋମିଟର ରହିବ । ବାତ୍ୟା ବିପର୍ଯ୍ୟୟ ବର୍ତ୍ତମାନ ମୁମ୍ବାଇ ଠାରୁ 550 କିଲୋମିଟର ଦୂର ପଶ୍ଚିମରେ ରହିଛି । ସେହିପରି ପୋରବନ୍ଦରରଠାରୁ 450 କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପଶ୍ଚି, ୱାରକା ଠାରୁ 490 କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପଶ୍ଚିମ ଏବଂ କଚ୍ଛର ନାଲିଆ ଠାରୁ 570 କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପଶ୍ଚିମ ଏବଂ ପାକିସ୍ତାନର କରାଚି ଠାରୁ 750 କିଲୋମିଟର ଦୂରରେ ରହିଛି । ରିଲିଫ କମିଶନର ଆଲୋକ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ଯେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ, ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀର ପ୍ରତିନିଧୀ ତଥା ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଜୁନ୍ 14 ଏବଂ 15ରେ କଚ୍ଛ, ଦେବଭୋମି, ଦ୍ୱାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ ଏବଂ ମୋରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସବୁ ସ୍ଥାନରେ ଅଧିକାରୀଙ୍କୁ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଭାଗ କହିଛି ଯେ, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ରବିବାର ଅପରାହ୍ନ 4.30ରେ ଘଣ୍ଟା ପ୍ରତି ଆଠ କିଲୋମିଟର ବେଗରେ ଉତ୍ତର-ପୂର୍ବ ଆଡକୁ ଗତି କରିଛି ।

ବାତ୍ୟା ପ୍ରଭାବରେ ଆସନ୍ତା 5 ଦିନ ଯାଏଁ ଗୁଜୁରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରରେ ପବନ ବହିବ ଓ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Last Updated : Jun 12, 2023, 11:37 AM IST

ABOUT THE AUTHOR

...view details