ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବଙ୍କୁ ବିତର୍କ ପାଇଁ IMA ଉତ୍ତରାଖଣ୍ଡର ଖୋଲା ଚାଲେଞ୍ଜ । କୌଣସି ଏଲୋପାଥିକ ହସ୍ପିଟାଲ ରୋଗୀଙ୍କ ଚିକିତ୍ସା ପାଇଁ ପତଞ୍ଜଳି ମେଡିସିନକୁ ଅନୁମତି ଦେଇଛି କି ବୋଲି IMA ପ୍ରଶ୍ନ କରିଛି ।
ସୂଚନା ଅନୁଯାୟୀ ଇଣ୍ଡିଆନ ମେଡିକାଲ ଆସୋସିଏସନ ଏବଂ ଯୋଗଗୁରୁ ରାମଦେବଙ୍କ ମଧ୍ୟରେ କିଛିଦିନ ଧରି ଲାଗି ରହିଛି ବାକ୍ ଯୁଦ୍ଧ । ବାବା ରାମଦେବ କୋରୋନା ଭ୍ୟାକ୍ସିନକୁ ନେଇ ଏଲୋପାଥିକକୁ କଟାକ୍ଷ କରିବା ପରେ IMA ଯୋଗଗୁରୁଙ୍କ ଗିରଫଦାରି ଅପିଲ୍ କରିଥିଲା । ଏପରିକି ରାମଦେବଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ କରିବା ଦରକାର ବୋଲି IMA କହିଥିଲା ।