ଚେନ୍ନାଇ:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା କେବେ ବିବାହ କରିନଥିବା ବେଳେ ମୃତ୍ୟୁ ପର୍ଯ୍ୟନ୍ତ ସେ ଏକାକୀ ରହିଥିଲେ । ଏପଟେ ନିଜକୁ ଜୟଲଳିତାଙ୍କ ଝିଅ ବୋଲି ଦାବି କରିଛନ୍ତି ଜଣେ ମହିଳା । ଫଳରେ ଏହି ଘଟଣାକୁ ନେଇ ଏବେ ଚେନ୍ନାଇରେ ପଡ଼ିଛି ଚହଳ । ସମୟ ଆସିଲେ ସେ ଜୟଲଳିତାଙ୍କ ଝିଅ ବୋଲି ପ୍ରମାଣିତ କରିବେ ବୋଲି ମହିଳା ଦେଇଛନ୍ତି ଦୃଢୋକ୍ତି ।
ଚେନ୍ନାଇର ପଲ୍ଲବରମଠାରେ ରୁହନ୍ତି ପ୍ରେମା । ତେବେ ସେ ଶନିବାର ସ୍ବର୍ଗତଃ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ନିଜର ମା' ବୋଲି କହିଛନ୍ତି ସେ । ସେ ମରିନାରେ ଥିବା ଜୟଲଳିତାଙ୍କ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଦେବା ପରେ ଗଣମାଧ୍ୟମକୁ ଏପରି କହିଥିଲେ । ମୁଁ ମହୀଶୂରରେ ଜନ୍ମଗ୍ରହଣ କରିଛି । କିନ୍ତୁ ଚେନ୍ନାଇରେ ମୁଁ ଗତ ୩୦ ବର୍ଷ ଧରି ବାସ କରୁଛି । ସମୟ ଆସିଲେ ମୁଁ ଜୟଲଳିତାଙ୍କ ଝିଅ ବୋଲି ପ୍ରମାଣିତ କରିବି । ମୁଁ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଶଶିକଳାଙ୍କୁ ଭେଟିବାକୁ ଯାଉଛି । ତେବେ ମୋତେ ଯେଉଁ ପିତାମାତା ପାଳନ କରିଥିଲେ ସେମାନଙ୍କ ଦେହାନ୍ତ ଘଟିଛି " ବୋଲି ପ୍ରେମା କହିଥିଲେ ।