ନୂଆଦିଲ୍ଲୀ: ଜାଲିଆନାୱାଲାବାଗ ସ୍ମାରକର ନବୀକରଣ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜାଲିଆନାୱାଲାବାଗ ସ୍ମାରକର ନୂଆ ରୂପ ଶହୀଦଙ୍କୁ ଅପମାନ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ମୁଁ ଜଣେ ଶହୀଦଙ୍କ ପୁଅ କୌଣସି ମତେ ଏ ଅପମାନକୁ ସହ୍ୟ କରାଯିବ ନାହିଁ ବୋଲି କହିଛନ୍ତି ରାହୁଲ ।
ଅଗଷ୍ଟ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଲିଆନାୱାଲାବାଗ ସ୍ମାରକର ନବୀକରଣ ହୋଇଥିବା କଂପ୍ଲେକ୍ସକୁ ଦେଶବାସୀଙ୍କୁ ଉତ୍ସର୍ଗ କରିଥିଲେ । ଏହାସହ ସ୍ମାରକୀରେ ବିକଶିତ ସଂଗ୍ରହାଳୟ ଗ୍ୟାଲେରୀର ମଧ୍ୟ ଉଦଘାଟନ କରିଥିଲେ । ଯାହାକୁ ବିରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।