ରାଞ୍ଚି:ଝାଡଖଣ୍ଡର ଧାନବାଦରେ ଏକ ଖଣିରେ ବେଆଇନ ଉତ୍ତୋଳନ ଜାରି ରହିଥିବା ବେଳେ ଭୁସ୍ଖଳନ ହେବା ଯୋଗୁ ୬ ଜଣ ପ୍ରାଣ ହରାଇଛନ୍ତି । ମାଟି ଅତଡା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଜଣେ ମହିଳାଙ୍କୁ ଜୀବିତ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଡି ଅତଡା ତଳେ ଅନ୍ୟ କିଛି ଶ୍ରମିକ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି ।
ମିଳିଥିବା ସୂଚନା ଅନୁସାରେ, ସକାଳେ ଖଣିରେ ଉତ୍ତୋଳନ ଜାରି ରହିଥିଲା । ଅନେକ ଶ୍ରମିକ କାମରେ ନିୟୋଜିତ ହୋଇଥିବା ବେଳେ ହଠାତ ଭୁସ୍ଖଳନ ଆରମ୍ଭ ହୋଇଥିଲା । ଏଥିରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ମଧ୍ୟରୁ କିଛି ପୋତି ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା ଜଣେ ମହିଳା ଶ୍ରମିକ ଜୀବିତ ଉଦ୍ଧାର ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।