ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଜାରି ରହିଛି ସରକାରୀ ଜମି ଉଚ୍ଛେଦ ପ୍ରକ୍ରିୟା । ଲକ୍ଷ୍ନୌ ଉନ୍ନୟନ କର୍ତ୍ତୃପକ୍ଷ(ଏଲଡିଏ) ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଗ୍ୟାଙ୍ଗଷ୍ଟାର ତଥା ରାଜନେତା ମୁଖତାର ଅନସାରୀଙ୍କ ଘରକୁ ଭଙ୍ଗା ଯାଇଛି ।
ଲକ୍ଷ୍ନୌରେ ମୁଖତାର ଅନସାରୀଙ୍କ ଘର ଭାଙ୍ଗିଲା ପ୍ରଶାସନ
ଲକ୍ଷ୍ନୌରେ ଗ୍ୟାଙ୍ଗଷ୍ଟାର ତଥା ରାଜନେତା ମୁଖତାର ଅନସାରୀଙ୍କ ଘର ଭାଙ୍ଗିଲା ପ୍ରଶାସନ । ଅଧିକ ପଢନ୍ତୁ...
ମୁଖତାର ଅନସାରୀ
ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କ ସମ୍ପତ୍ତିକୁ ଭଙ୍ଗାଯାଉଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ଜଣେ ଅଧିକାରୀ କହିଛନ୍ତି ।
ସୂଚନାଥାଉକି, ଲକ୍ଷ୍ନୌ ଉନ୍ନୟନ କର୍ତ୍ତୃପକ୍ଷ ଲାଲବାଗ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି । ଏଥିରେ ମୁଖତାର ଅନସାରୀଙ୍କ ଘର ଆସୁଥିବାବେଳେ ଏହାକୁ ମଧ୍ୟ ଭଙ୍ଗା ଯାଇଛି ।