ନୂଆଦିଲ୍ଲୀ: ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ଆଣିବ କୋରୋନର ତୃତୀୟ ଲହର । 2022 ଫେବୃୟାରୀରେ ଭାରତରେ କୋରୋନାର ତୃତୀୟ ଲହର ଆସିପାରେ ବୋଲି ଏଭଳି ଚିନ୍ତାଜନକ ମତ ଦେଇଛନ୍ତି IIT ବୈଜ୍ଞାନିକ(Professor) । ସଦ୍ୟତମ ଅଧ୍ୟୟନରେ ଏହି ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି ।
ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ଏଥିପ୍ରତି ଚିନ୍ତା କରିବା ପରିବର୍ତ୍ତେ ସତର୍କ ରହିବା ଆବଶ୍ୟକ । ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଫେବୃଆରୀ ପରେ ଓମିକ୍ରନ୍ ମାମଲାରେ ହ୍ରାସ ଘଟିବ । ଯାହା ଦ୍ବାରା ଲୋକଙ୍କୁ ଆଶ୍ବସ୍ତି ମିଳିପାରେ । ଯଦିଓ ଦେଶରେ ଦେଖୁ ଦେଖୁ ଓମିକ୍ରନ ମାମଲା 240 ଛୁଇଁସାରିଲାଣି । IIT କାନପୁରର ମଣିନ୍ଦ୍ର ଅଗ୍ରୱାଲ ଏବଂ sutra model of tracking the pandemic trajectory ର ସହ-ସଂସ୍ଥାପକ ଆଇଆଇଟି ହାଇଦ୍ରାବାଦର ଏମ ବିଦ୍ୟାସାଗରର କହିଛନ୍ତି ଯେ, କୋରୋନାର ଦୈନିକ ନୂତନ ମାମଲା ଫେବୃୟାରୀରେ ୧.୫ ରୁ ୧.୮ ଲକ୍ଷ ମଧ୍ୟ ହୋଇପାରେ ।