ଓଡିଶା

odisha

IIT ମାଡ୍ରାସ ଛାତ୍ରଛାତ୍ରୀଙ୍କ କମାଲ, ବିକଶିତ କଲେ ଦେଶର ପ୍ରଥମ ଇଲେକ୍ଟ୍ରିକ୍ ରେସିଂ କାର୍

By

Published : Nov 29, 2022, 6:02 PM IST

ଆଇଆଇଟି ମାଡ୍ରାସ (IIT Madras) ଛାତ୍ରଛାତ୍ରୀମାନଙ୍କ ରଫ୍‌ତାର ଫର୍ମୁଲା ରେସିଂ ଟିମ୍ (Raftar Formula Racing Team) ଏହାର ପ୍ରଥମ ଇଲେକ୍ଟ୍ରିକ୍ ରେସିଂ କାର୍ 'RFR 23' ଲଞ୍ଚ କରିଛି । ପୂର୍ବରୁ ବ୍ୟବହୃତ ଇନ୍ଧନଯୁକ୍ତ ଇଞ୍ଜିନ୍ ତୁଳନାରେ ଇଲେକ୍ଟ୍ରିକ୍ ଡ୍ରାଇଭ୍ ଦ୍ବାରା ଅଧିକ ଶକ୍ତି ଯୋଗାଉଥିବାରୁ ଏହାର ଗତିରେ ଉନ୍ନତି ହେବ ବୋଲି ଆଶା କରାଯାଉଛି । ଅଧିକ ପଢ଼ନ୍ତୁ

IIT ମାଡ୍ରାସ ଛାତ୍ରଛାତ୍ରୀଙ୍କ କମାଲ, ବିକଶିତ କଲେ ଦେଶର ପ୍ରଥମ ଇଲେକ୍ଟ୍ରିକ୍ ରେସିଂ କାର୍
IIT ମାଡ୍ରାସ ଛାତ୍ରଛାତ୍ରୀଙ୍କ କମାଲ, ବିକଶିତ କଲେ ଦେଶର ପ୍ରଥମ ଇଲେକ୍ଟ୍ରିକ୍ ରେସିଂ କାର୍

ଚେନ୍ନାଇ: ଆଇଆଇଟି ମାଡ୍ରାସ (Indian Institute of Technology Madras) ଛାତ୍ରଛାତ୍ରୀମାନଙ୍କ ରଫ୍‌ତାର ଫର୍ମୁଲା ରେସିଂ ଟିମ୍ (Raftar Formula Racing Team) ଏହାର ପ୍ରଥମ ଇଲେକ୍ଟ୍ରିକ୍ ରେସିଂ କାର୍ 'RFR 23' ଲଞ୍ଚ କରିଛି । ଏହି ଇଞ୍ଜିନ ଇଲେକ୍ଟ୍ରିକ୍ ଡ୍ରାଇଭ୍ ଦ୍ବାରା ଅଧିକ ଶକ୍ତି ଯୋଗାଉଥିବାରୁ ପୂର୍ବରୁ ବ୍ୟବହୃତ ଇନ୍ଧନଯୁକ୍ତ ଇଞ୍ଜିନ୍ ତୁଳନାରେ ଏହାର ଗତିରେ ଉଲ୍ଲେଖନୀୟ ଉନ୍ନତି ହେବ ବୋଲି ଆଶା କରାଯାଉଛି ।

ଆଇଆଇଟି ମାଡ୍ରାସ ଛାତ୍ରଛାତ୍ରୀଙ୍କ ଦ୍ବାରା ଲଞ୍ଚ ହେଲା ପ୍ରଥମ ଇଲେକ୍ଟ୍ରିକ୍ ରେସିଂ କାର୍ 'RFR 23'

ଏହା ସମ୍ପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀଙ୍କର ଏକ ଟିମ୍‌ 'ରଫ୍‌ତାର' ଦ୍ବାରା ବିକଶିତ ହୋଇଛି । ଏହି କାର୍‌ର ଡିଜାଇନ୍‌, ଟେଷ୍ଟିଂ ଓ ମାନୁଫ୍ୟାକ୍ଚରିଂ ଆଦି ପ୍ରକ୍ରିୟାରେ ଏହାର ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ପ୍ରାୟ ୧ ବର୍ଷ ଲାଗିଥିବା ଜଣାପଡ଼ିଛି । ପୂର୍ବରୁ ବ୍ୟବହୃତ ଇନ୍ଧନଯୁକ୍ତ ଇଞ୍ଜିନ୍ ତୁଳନାରେ ଏହି ଇଞ୍ଜିନ ଇଲେକ୍ଟ୍ରିକ୍ ଡ୍ରାଇଭ୍ ଦ୍ବାରା ଅଧିକ ଶକ୍ତି ଯୋଗାଉଥିବାରୁ ଏହାର ଗତିରେ ଉଲ୍ଲେଖନୀୟ ଉନ୍ନତି ହେବ ବୋଲି ଛାତ୍ରମାନେ ଆଶା କରିଛନ୍ତି ।

ଆଇଆଇଟି ମାଡ୍ରାସ ଛାତ୍ରଛାତ୍ରୀଙ୍କ ଦ୍ବାରା ଲଞ୍ଚ ହେଲା ପ୍ରଥମ ଇଲେକ୍ଟ୍ରିକ୍ ରେସିଂ କାର୍ 'RFR 23'
ଆଇଆଇଟି ମାଡ୍ରାସ ଛାତ୍ରଛାତ୍ରୀଙ୍କ ଦ୍ବାରା ଲଞ୍ଚ ହେଲା ପ୍ରଥମ ଇଲେକ୍ଟ୍ରିକ୍ ରେସିଂ କାର୍ 'RFR 23'

ଟିମ୍ ରଫ୍‌ତାରରେ ଆଇଆଇଟି ମାଡ୍ରାସର (IIT Madras) ବିଭିନ୍ନ ବିଭାଗର ୪୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଏହି ଫର୍ମୁଲା ଟିମ୍ ବିଶ୍ବର ସର୍ବୋତ୍ତମ ଫର୍ମୁଲା ଛାତ୍ର ଦଳ ହେବାକୁ ଲକ୍ଷ୍ୟ ରଖିଛି । ଏହା ଭାରତରେ ଫର୍ମୁଲା ଛାତ୍ର ସଂସ୍କୃତିକୁ ବୈଷୟିକ ପ୍ରଗତି ସହିତ ପ୍ରୋତ୍ସାହିତ କରିବାକୁ ଇଚ୍ଛା ରଖିଛି । ବିଶ୍ବର ସର୍ବୋଚ୍ଚ ଇଞ୍ଜିନିୟରିଂ ପ୍ରତିଷ୍ଠାନଗୁଡିକର ଫର୍ମୁଲା ଛାତ୍ରମାନଙ୍କ ସହ ତାଳ ଦେଇ ଟିମ୍‌ ରଫ୍‌ତାର ପ୍ରତିବର୍ଷ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ରେସିଂ କାର୍ ଡିଜାଇନ୍ ଓ ନିର୍ମାଣ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details