ଚେନ୍ନାଇ:ତାମିଲନାଡୁର ଆବଡି ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ଘରେ ଓଡିଶାରେ ବୋଲି ଜଣାପଡିଛି । ତାଙ୍କର ନାମ ମେଘାଶ୍ରୀ(୩୦) ଏବଂ ତାଙ୍କ ବାପାଙ୍କ ନାମ ମୋହନ ପଠାନ(Mohan Pathan) ବୋଲି ପରିଚୟ ମିଳିଛି । ସେ ଚେନ୍ନାଇ ଆଇଆଇଟିରେ ରିସର୍ଚ୍ଚ କରୁଥିଲେ । ତାଙ୍କ ମୁହଁରେ ଏବଂ ମୁଣ୍ଡରେ ଗଭୀର କ୍ଷତ ଥିବାର ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ରେଳ ଧାରଣାରୁ ଓଡିଆ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, IIT ମାଡ୍ରାସରେ କରୁଥିଲେ ରିସର୍ଚ୍ଚ - ରେଳ ଧାରଣାରୁ ଓଡିଆ ଛାତ୍ରୀ ମୃତଦେହ ଉଦ୍ଧାର
ତାମିଲନାଡୁ ରେଳ ଧାରଣାରୁ ଓଡିଆ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ତାଙ୍କ ମୁହଁରେ ଏବଂ ମୁଣ୍ଡରେ ଗଭୀର କ୍ଷତ ଥିବା ସୂଚନା । ଅଧିକ ପଢନ୍ତୁ

ସୂଚନାଯୋଗ୍ୟ, ଆବଡି ରେଳ ଧାରଣା ନିକଟରେ ଯୁବତୀଙ୍କ ମୃତଦେହ ପଡିଥିବା ସେଠାରେ କାମ କରୁଥିବା କିଛି ରେଲୱେ କର୍ମଚାରୀ ପ୍ରଥମେ ଦେଖିଥିଲେ । ଏ ସମ୍ପର୍କରେ ସେମାନେ ରେଲୱେ ଗାର୍ଡକୁ ଜଣାଇଥିଲେ । ମୃତ ଛାତ୍ରୀ ଜଣକ ଅବିବାହିତ ଏବଂ ସେ ଦିଲ୍ଲୀରୁ M.Tech ଏବଂ Ph.D ଡିଗ୍ରୀ ହାସଲ କରିଥିବା ଯାଞ୍ଚରୁ ଜଣାପଡିଛି । ସେ ଆଇଆଇଟି ଚେନ୍ନାଇରେ ତିନି ମାସର ରିସର୍ଚ୍ଚ ଷ୍ଟଡି କରୁଥିଲେ ଏବଂ ଆଦ୍ୟର ସ୍ଥିତ ଆଇଆଇଟି ହଷ୍ଟେଲରେ ରହୁଥିଲେ ।
ତେବେ ତାଙ୍କର କେମିତି ମୃତ୍ୟୁ ହେଲା ? ଏହା ହତ୍ୟା ନା ଦୁର୍ଘଟଣା ? ତାଙ୍କର ମୃତଦେହ କିପରି ଏଠାକୁ ଆସିଲା ଏଭଳି ଅନେକ ଦିଗକୁ ନେଇ ରେଲୱେ ଲାଇନ ପୋଲିସ ତଦନ୍ତ ଆରମ୍ଭ କରିଛି । ହୁଏତ ଟ୍ରେନରେ ଯାତ୍ରା କରିବା ସମୟରେ ଅସାବଧାନତାବଶତଃ ସେ ଖସିଥାଇ ପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଏପରି ଅନେକ ସନ୍ଦେହ ସୃଷ୍ଟି କରିଛି ।