ଚେନ୍ନାଇ: ସାରା ବିଶ୍ବରେ କ୍ରିକେଟ ଏକ ଲୋକପ୍ରିୟ ଖେଳ ଭାବବେ ପରିଚିତ। ସେହିପରି ଯଦି ଭାରତ କଥା କହିବା ତେବେ ଭାରତର ଘରେ ଘରେ କ୍ରିକେଟପ୍ରେମୀ ଅଛନ୍ତି। ତେବେ କ୍ରିକେଟର ଲୋକପ୍ରିୟତାକୁ ନେଇ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସର ଟେକ୍ନୋଲୋଜି ଫାଉଣ୍ଡେସନ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ କରିଛି । ଆଇଆଇଟି ମାଡ୍ରାସ-ଇନକ୍ୟୁବ୍ଟେଡ କମ୍ପାନୀ GITAAର ସହଯୋଗରେ ଏକ କ୍ରିକେଟ ଆନାଲିଟିକ୍ସ ପାଠ୍ୟକ୍ରମ ଆରମ୍ଭ କରିଛି। ତେବେ ଏହାର ନାମ "ହାଓ୍ବାଜଟ-କ୍ରିକଷ୍ଟାସ୍ ? ରଖାଯାଇଛି। ଯାହାଦ୍ବାରା କ୍ରୀଡାପ୍ରେମୀଙ୍କୁ କ୍ରିକେଟ ବିଶ୍ଲେଷଣ ଜଗତ ବିୟସରେ ସବିଶେଷ ତଥ୍ୟ ମିଳିପାରିବ। ବାର୍ଷିକ 25 ହଜାର ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମରେ ଯୋଡିବା ପାଇଁ ଲକ୍ଷ୍ୟ ରଖିଛି ଆଇଆଇଟି ମାଡ୍ରାସ।
ତେବେ ଏହି ପାଠ୍ୟକ୍ରମର ଉଦ୍ଦେଶ୍ୟ ହେଉଛି, ଅଂଶଗ୍ରହଣକାରୀଙ୍କୁ ରିୟଲ ଓ୍ବାର୍ଲ୍ଡ କେସ୍ ଷ୍ଟଡିଜ୍ ମାଧ୍ୟମରେ କ୍ରୀଡା ତଥ୍ୟ ବିଶ୍ଲେଷଣ କ୍ଷେତ୍ର ବିସୟରେ ଅନୁସନ୍ଧାନ କରିବାରେ ସାହାଯ୍ୟ କରିବା। ଏହାସହ ଆନାଲିଟିକ୍ସ, କ୍ରୀଡା ଉପରେ କିପରି ପ୍ରଭାବ ପକାଉଛି ଏବଂ ଛାତ୍ରଛାତ୍ରୀମାନେ ଡାଟା ସାଇନ୍ସର ମୌଳିକତା ବିସୟରେ ଦକ୍ଷ ଶିକ୍ଷାବିତମାନଙ୍କ ଠାରୁ ଜାଣିପାରିବେ। ତେବେ ଆଇଆଇଟି ମାଡ୍ରାସର ଅଭିଜ୍ଞ ଶିକ୍ଷାବିତମାନଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା GITAA ଡାଟା ସାଇନ୍ସ୍, ,ମେସିନ ଲନିଂ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେଲ୍ସ ଉପରେ ତାଲିମ ପ୍ରଦାନ କରିଥାଏ। ସେହିପରି ଆଇଆଇଟି ମାଡ୍ରାସ ପ୍ରବର୍ତନ ଟେକ୍ନୋଲୋଜି ହେଉଛି ସେନ୍ସର, ନେଟଓ୍ବାରକିଂ, ଆକ୍ଟୁଏଟର ଏବଂ କଣ୍ଟ୍ରୋଲ ସିଷ୍ଟମ ଉପରେ ଟେକ୍ନୋଲୋଜି ଇନୋଭେସନ ହବ୍ ଥିବା ଏକ ସେକ୍ସନ 8 କମ୍ପାନୀ । ତେବେ ଏହା ଭାରତ ସରକାରଙ୍କ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ ଦ୍ବାରା ପ୍ରତିଷ୍ଠା କରାଯାଇଛି। ଏହି କୋର୍ସ କରିସାରିବା ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ରିକେଟ-ଡେଡିକେଟେନ୍ ଆପ, ଓ୍ୱେବସାଇଟ୍ ଏବଂ ମିଡିଆ ତଥା ପୋର୍ଟାଲରେ ଚାକିରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରେବେ ।
ପାଠ୍ୟକ୍ରମର ଅବଧି:
ଏହି ପାଠ୍ୟକ୍ରମ ଅନଲାଇନ ମାଧ୍ୟରେ ଦିଆଯିବ। ଏହାସହ ପାଠ୍ୟକ୍ରମର ଅବଧି 8 ମାସ ରହିଛି। ଏହି ପାଠ୍ୟକ୍ରମ ପାଇଁ ଇଚ୍ଛୁକ ଥିବା ପିଲା ମାନେ ଏହାର ଅଫିସିଆଲ ଓ୍ବେବସାଇଟ https://digitalskills.pravartak.org.in/course_details.php?courseID=87&cartକୁ ଯାଇ ଆବେଦନ କରିପାରିବେ।
ଏହା ମଧ୍ୟ ପଢ଼ନ୍ତୁ....ଆଇଆଇଟି କାନପୁରର ସଫଳତା: ପ୍ରସ୍ତୁତ କଲେ ବାୟୁ ବିଶୋଧନ ଯନ୍ତ୍ର, ଏଣିକି ଏସିରୁ ମିଳିବ ବିଶୁଦ୍ଧ ବାୟୁ