ଓଡିଶା

odisha

IIT ISMରେ ଅଘଟଣ, ସ୍ବିମିଂପୁଲରେ ଗାଧୋଇବା ବେଳେ ଓଡିଆ ପ୍ରଫେସରଙ୍କ ମୃତ୍ୟୁ

By

Published : Jun 13, 2023, 3:35 PM IST

ସ୍ବିମିଂପୁଲରେ ଗାଧୋଇବା ବେଳେ ଆଇଆଇଟି ଆଇଏସଏମ ସହକାରୀ ପ୍ରଫେସରଙ୍କ ମୃତ୍ୟୁ । ମୃତ ପ୍ରଫେସର ଜଣକ ହେଉଛନ୍ତି ଓଡ଼ିଶାର ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

IIT ISM Dhanbad assistant professor died
ଆଇଆଇଟି ଆଇଏସଏମ ପ୍ରଫେସରଙ୍କ ମୃତ୍ୟୁ

ସ୍ବିମିଂପୁଲରେ ଗାଧୋଇବା ବେଳେ ଓଡିଆ ପ୍ରଫେସରଙ୍କ ମୃତ୍ୟୁ
ସ୍ବିମିଂପୁଲରେ ଗାଧୋଇବା ବେଳେ ଓଡିଆ ପ୍ରଫେସରଙ୍କ ମୃତ୍ୟୁ

ରାଞ୍ଚି:ଝାରଖଣ୍ଡ ଧାନବାଦ ସ୍ଥିତ ଆଇଆଇଟି ଆଇଏସଏମରେ ସହକାରୀ ପ୍ରଫେସରଙ୍କ ମୃତ୍ୟୁ । ସ୍ବିମିଂପୁଲରେ ସାଙ୍ଗମାନଙ୍କ ସହ ଗାଧୋଇବା ସମୟରେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ମୃତ ପ୍ରଫେସର ଜଣକ ହେଉଛନ୍ତି ଓଡ଼ିଶାର ମୂଳ ବାସିନ୍ଦା ଯଶବନ୍ତ ଉଜାଲା । ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:Park Soo Ryun: କୋରିଆନ ଅଭିନେତ୍ରୀ ପାର୍କ ସୋ ରିୟୁନଙ୍କ ଦେହାନ୍ତ, ଅଙ୍ଗଦାନ କରିବେ ପରିବାର ଲୋକେ

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଯଶବନ୍ତ ପ୍ରତିଦିନ ପରି ନିଜ ସହଯୋଗୀ ମାନଙ୍କ ସହ ଆଇଏସଏମ ପରିସରରେ ଥିବା ସ୍ବିମିଂପୁଲରେ ଗାଧୋଉଥିଲେ । ସ୍ବିମିଂପୁଲରେ ଦୁଇଟି ପାର୍ଶ୍ବ ଅଛି । ଗୋଟିଏ ପାର୍ଶ୍ବରୁ ପୁଲ ମଧ୍ୟକୁ ଯିବା ପାଇଁ ରାସ୍ତା ଥିବା ବେଳେ ଅନ୍ୟ ପାର୍ଶ୍ବରେ ଡେଇଁବା ପାଇଁ ବ୍ୟବସ୍ଥା ରହିଛି । ତେବେ ସହକାରୀ ପ୍ରଫେସର ଯଶବନ୍ତ ଉକ୍ତ ପାର୍ଶ୍ବରୁ ସ୍ବିମିଂପୁଲକୁ ଡେଇଁଥିଲେ । ଏହାପରେ ସେ ସିଧା ପାଣି ଭିତରକୁ ଚାଲି ଯାଇଥିଲେ । କିଛି ସମୟ ଯାଏ ସେ ପାଣି ଭିତରୁ ବାହାରକୁ ବାହାରି ନଥିଲେ । ସେଠାରେ ଉପସ୍ଥିତ ସହକର୍ମୀ ତାଙ୍କୁ ପାଣିରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆଇଏସଏମ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏସଏନଏମଏମସିଏଚ ହସ୍ପିଟାଲକୁ ଅଣାଗଲା । ଚିକିତ୍ସିତ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଯଶବନ୍ତ ଓଡ଼ିଶାର ମୂଳ ବାସିନ୍ଦା ହୋଇଥିବା ବେଳେ ତାଙ୍କ ପରିବାର କୋଲକାତାରେ ରହୁଥିବା ଜଣାପଡ଼ିଛି । ମୃତ୍ୟୁ ଘଟଣା ନେଇ ତାଙ୍କ ପରିବାରକୁ ଖବର ଦିଆଯାଇଛି । ଯଶବନ୍ତଙ୍କ ମୃତ୍ୟୁ ଖବର ପରେ ଆଇଏସଏମ ପରିସରରେ ଶୋକର ଛାୟା ଖେଳି ଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ଏମିତି ବି ଆସେ ମୃତ୍ୟୁ: ବିବାହର କିଛି ସମୟ ପୂର୍ବରୁ ହାର୍ଟ ଆଟାକ୍, ବାହାବେଦୀରୁ ଶ୍ମଶାନ ବଦଳିଲା ଠିକଣା

ଅନ୍ୟପଟେ ଆଜି ଆଇଆଇଟି, ଆଇଏସଏମରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅର୍ନ୍ନପୂର୍ଣ୍ଣା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ମନ୍ତ୍ରୀଙ୍କ ଦ୍ବାରା ଆଇଏସଏମର ବହୁମୁଖୀ ବିଲ୍ଡିଂ ଉଦଘାଟନ ହେବାର ଥିଲା । ମାତ୍ର ଏହି ଅଘଟଣ ପରେ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ବାଥରୁମରେ ଗ୍ୟାସ ଗିଜରରୁ ବିଷାକ୍ତ ଗ୍ୟାସ ଲିକ, ଶ୍ବାସରୁଦ୍ଧ ହୋଇ ଦମ୍ପତିଙ୍କ ମୃତ୍ୟୁ !

ABOUT THE AUTHOR

...view details